ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୪/୧୦: ଦିଲ୍ଲୀ ଜନ୍ତରମନ୍ତରରେ ବିନା ଅନୁମତିରେ ଅନୁପ୍ରବେଶ ମାମଲାରେ CJPର ୨ ଜଣ କର୍ମୀ ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ତେବେ ଅଜିଙ୍କ୍ୟ ସିନ୍ଦେଙ୍କୁ ଜାମିନ ମିଳିଛି ।
ସୂଚନାନୁଯାୟୀ, ଗତକାଲି ସକାଳେ ଦିଲ୍ଲୀର ଜନ୍ତରମନ୍ତର ଅଞ୍ଚଳରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ ଏହି ତିନି ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା । ପ୍ରଥମେ ପୋଲିସ ସେମାନଙ୍କୁ ପ୍ରତିଷେଧମୂଳକ ଅଟକରେ ରଖିଥିବା ସୂଚନା ଦେଇଥିଲା । ସେପଟେ CJP ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଥିବା ଦାବି କରାଯାଇଥିଲା । ଏବେ ୨ କର୍ମୀଙ୍କୁ ୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଛି ।
ଐତିହାସିକ ଜନ୍ତରମନ୍ତର ଆଉ ଧାରଣା ସ୍ଥଳ ନୁହେଁ। ଦିଲ୍ଲୀ ସରକାର ସୋମବାର ୧୨ ଅକ୍ଟୋବରରୁ ଏହାକୁ ଅଫିସିଆଲ ପ୍ରତିବାଦ ସ୍ଥଳୀ ତାଲିକାରୁ ହଟାଇ ଦେଇଛନ୍ତି।ଏହି ନିଷ୍ପତ୍ତି ପରେ ବିନା ଅନୁମତିରେ ପଶିଥିବା CJPର ୧୪ କର୍ମୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ରାମଲୀଳା ମୈଦାନ ସମେତ ୩ଟି ନୂଆ ସ୍ଥାନକୁ ଧାରଣା ସ୍ଥଳ କରାଯାଇଛି।












Leave a Reply