ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: CJP ନେତା ଅଭିଜିତ ଦୀପକେଙ୍କ ଜେଜେମା’ ସାବିତ୍ରୀବାଇ ଶଙ୍କର ଦୀପକେ (୮୫) ଆଜି ପରଲୋକ ହୋଇଛି | ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡିତ ଥିବା ବେଳେ, ଆଜି ଶେଷ ନିଃଶ୍ବସ ତ୍ୟାଗ କରିଛନ୍ତି | ପରିବାର ସୂତ୍ରରୁ ସୂଚନା ମିଳିଛି , ଶେଷକୃତ୍ୟ କାଲି ପୁଣେରେ ସମ୍ପନ୍ନ ହେବ।
ଅନ୍ୟପଟେ ପରିବାରରେ ଏତେ ବଡ ଦୁଖଦ ଘଟଣା ଘଟିଥିବା ବେଳେ, ଅଭିଜିତ ଦୀପକେ ବିମାନବନ୍ଦରରୁ ନ ଓହ୍ଲୋଉଣୁ ଅଟକ ରଖିଛି ପୋଲିସ। କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆଜ୍ ଦିଲ୍ଲୀର ଜନ୍ତର ମନ୍ତରରେ ହେବାକୁ ଥିବା ବିରୋଧ ପ୍ରଦର୍ଶନରେ ଯୋଗ ଦେବାକୁ ଯାଇଥିଲେ। ହେଲେ ଶନିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। ସେପଟେ ତାଙ୍କ ଜେଜେମା’ଙ୍କ ନିଜ ଗାଁ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା ଅନ୍ତର୍ଗତ ସନ୍ତୁକ ପିମ୍ପ୍ରିରେ ପରଲୋକ ହୋଇଥିବା ଖବର ଆସିଛି।
ସୂଚନାଯୋଗ୍ୟ, ମୁମ୍ବାଇରୁ ସକାଳ ୯:୩୦ରେ ଲ୍ୟାଣ୍ଡ କରିବା ମାତ୍ରେ ସ୍ପେସିଆଲ ସେଲ ପୋଲିସ ପ୍ଲେନ ଭିତରକୁ ଯାଇ ଅଭିଜିତ, ସହ-ସଂଯୋଜକ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ କଲା। ଅଭିଜିତ ଇନଷ୍ଟାରେ ଲାଇଭ କରି କହିଲେ – “ମୁଁ ଗିରଫ ହେବାକୁ ଆସିଛି, ଡରୁନି। ଇନ୍ଦିରା ଗାନ୍ଧୀ ମଧ୍ୟ ଫ୍ଲାଇଟରୁ ଉଠାଇ ନଥିଲେ, ଏହା ସ୍ୱୈରାଚାର”।
ଦିଲ୍ଲୀରେ SIR ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ବିରୋଧ ଅଧିକ ତେଜିଛି। ଅକ୍ଟୋବର ୧୦ରେ ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ ଘୋଷଣା କରାଯାଇଥିବା ବେଳେ ପୋଲିସ ଏହାକୁ ଅନୁମତି ଦେଇନଥିଲା।













Leave a Reply