ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ରାଜ୍ୟର ଶ୍ରମିକଙ୍କ ପାଇଁ ଖୁସି ଖବର। ଶ୍ରମ କମିଶନରଙ୍କ ପକ୍ଷରୁ ସର୍ବନିମ୍ନ ଦୈନିକ ମଜୁରୀରେ ୬ ଟଙ୍କା ବୃଦ୍ଧି କରାଯାଇଛି। ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାରୁ ୪୭୮ ଟଙ୍କାକୁ ବୃଦ୍ଧି ପାଇଛି | ଏନେଇ ରାଜ୍ୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଅକ୍ଟୋବର ୧ରୁ ଏହା ଲାଗୁ ହେବ। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୫୨୨ ରୁ ୫୨୮ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କାରୁ ୫୭୮ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କାରୁ ୬୨୮ ଟଙ୍କା ବୃଦ୍ଧି କରାଯାଇଛି। ଏହ ଦ୍ବାରା ରାଜ୍ୟର ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ / କର୍ମଚାରୀ ମାନେ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଶ୍ରମ ବିଭାଗ କହିଛି, ଏହି ବୃଦ୍ଧି VDA (Variable Dearness Allowance) ସଂଶୋଧନ ହେତୁ ହୋଇଛି। ଏହା ଅକ୍ଟୋବର ୨୦୨୬ରୁ ଲାଗୁ ହେବ। କୃଷି, ନିର୍ମାଣ, ଖଣି, ପରିମଳ, ଲୋଡିଂ-ଅନଲୋଡିଂ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେବେ।
ଦୀପାବଳି ପୂର୍ବରୁ ଏହା ଶ୍ରମିକଙ୍କ ପାଇଁ ବଡ ଉପହାର।













Leave a Reply