ଭୁବନେଶ୍ୱର, ୮/୧୦: ବାତିଲ ହେଲା ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ । କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାତିଲ କରାଯାଇଛି । ଛାତ୍ର ଅଶାନ୍ତି ସହ କଲେଜରେ ବୋମା ମାଡ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।
ବାରମ୍ବାର ଛାତ୍ର ଅଶାନ୍ତି ଏବଂ ବୋମା ମାଡ ପରେ କଲେଜ ପକ୍ଷରୁ ସାଇନ ଏ ଡ଼ାଇ ଘୋଷଣା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ।
ସୂଚନା ଅନୁଯାୟୀ ଆଜି ଭୋର ସାଢ଼େ ୩ଟା ସମୟରେ ପ୍ରଥମେ ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଆଗରେ ବୋମା ଫୁଟିବାର ଶବ୍ଦ ଆସିଥିଲା । ପରେ ପ୍ରିନ୍ସପାଲ ଅକ୍ଷୟ ତ୍ରିପାଠୀ ଘର ବାହାରକୁ ଆସି ଦେଖିଲା ବେଳକୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ହୋଇଯାଇଥିଲା । ଏଥିରେ ଭୟଭୀତ ହୋଇ ସାଥି ଅଧ୍ୟାପକଙ୍କୁ ଫୋନ ଯୋଗେ ଡାକିଥିଲେ ।
ଏଥିସହିତ କିଛି ସମୟରେ ମହାବିଦ୍ୟାଳୟ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ ୩-୪ଟି ବୋମା ଫୁଟିଥିଲା । ପ୍ରିନ୍ସପାଲ ତୁରନ୍ତ ଯାଜପୁର ରୋଡ଼ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ ।













Leave a Reply