ଭୁବନେଶ୍ୱର/ ଜଗତସିଂହପୁର, ୮/୧୦: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ମହିଲୋ ଗ୍ରାମରେ ଘଟିଛି ଅଘଟଣ । ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି । ଫଳରେ ଏହି ଘଟଣାରେ ବାପା-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମନୋରଞ୍ଜନ ସ୍ବାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ବାଇଁ। ଏଥିସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ମହିଲ ଗ୍ରାମର ମନୋରଂଜନ ସ୍ବାଇଁଙ୍କର ଘରେ ବାଣ ଭିଡ଼ା ଚାଲିଥିଲା।ଏହି ସମୟରେ କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଘରର କାନ୍ଥଗୁଡ଼ିକ ଫାଟି ଯାଇଥିବା ବେଳେ ଜିନିଷପତ୍ର ଛିନ୍ନଛତ୍ର ହୋଇ ପଡ଼ିଥିଲା। ବିସ୍ଫୋରଣରେ ପରିବାର ଲୋକ ଗୁରୁତର ହୋଇଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମନୋରଂଜନ ସ୍ବାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ବାଇଁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ୫ ଜଣଙ୍କୁ ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ମୃତକମାନଙ୍କ ପରିଚୟ ମନୋରଞ୍ଜନ ସ୍ୱାଇଁ (୫୫) ଏବଂ ତାଙ୍କ ପୁଅ ସୌମ୍ୟ ସ୍ୱାଇଁ (୨୫) ଭାବେ ଚିହ୍ନଟ କରାଯାଇଛି। ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ମନୋରଞ୍ଜନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ (୫୨), ଜଣେ ସମ୍ପର୍କୀୟା ରାଜଲକ୍ଷ୍ମୀ ସ୍ୱାଇଁ (୨୫) ଏବଂ ଜଣେ ସରକାରୀ ବିଦ୍ୟାଳୟ ଶିକ୍ଷକ ରାହୁଲ ରାଜ ମହାନ୍ତ (୨୮); ସେମାନଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ କଟକ ସ୍ଥିତ ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅପରପକ୍ଷରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।













Leave a Reply