ରୁଷ୍ ଓ ୟୁକେନ ଯୁଦ୍ଧ: ରୁଷ୍ ର କିଏଭ ଏବଂ ଅନ୍ୟ ସହରରେ ଆକ୍ରମଣରେ ୧୫ ମୃତ

ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ରୁଷ୍ ଓ ୟୁକେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ରୁଷ୍ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ୟୁକ୍ରେନ୍ ରାଜଧାନୀ କିଏଭ ଏବଂ ଅନ୍ୟ ସହରରେ ଘନଘନ ଆକ୍ରମଣ କରିଛି। ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୪୦ରୁ ଅଧିକ ଆହତ ହୋଇଛନ୍ତି। ମସ୍କୋ ବଡ଼ ଧରଣର ଆକ୍ରମଣ କରିବା ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗୁଇନ୍ଦା ସୂଚନା ଆଧାରରେ ପୂର୍ବାନୁମାନ କରିଥିଲେ ହେଁ ୟୁକ୍ରେନ୍ ଏହାକୁ ସମ୍ପୂର୍ଣ ଭାବେ ରୋକିପାରିନାହିଁ ।

ୟୁକ୍ରେନୀୟ ଅଧିକାରୀଙ୍କ କହିବାନୁସାରେ, ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ଋଷର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ଗୁଡ଼ିକ କିଭ୍ ଏବଂ ଅନ୍ୟାନ୍ୟ ୟୁକ୍ରେନୀୟ ଅଞ୍ଚଳ ଉପରେ ଭୀଷଣ ଆକ୍ରମଣ କରିଥିଲା। ମସ୍କୋର ଏହି ସାମ୍ପ୍ରତିକ ବିନାଶକାରୀ ଆକ୍ରମଣରେ ତିନି ଜଣ ଶିଶୁଙ୍କ ସମେତ ଅତିକମରେ ୧୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ୟୁକ୍ରେନ୍ ରୁଷ୍ ରାଜଧାନୀ ମସ୍କୋ ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିବା ପରେ ରୁଷ୍ ଏହାର ଜବାବରେ ମିସାଇଲ ଛାଡ଼ିଛି। ୟୁକ୍ରେନ୍ ମଧ୍ୟ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ପଶି ଆକ୍ରମଣ କରୁଛି।

ୟୁକ୍ରେନ୍ ଆକ୍ରମଣରେ ରୁଷର ଅନେକ ପ୍ରମୁଖ ତୈଳ ବିଶୋଧନାଗାର କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ରୁଷକୁ ବଡ଼ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି।

 

Leave a Reply

Your email address will not be published. Required fields are marked *