ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼: ଛାତ୍ରଛାତ୍ରୀ ଭୟଭୀତ

ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡିଛି ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ | ପ୍ରିନ୍ସପାଲଙ୍କ ବାସଭବନ ଆଗରେ ବୋମା ମାଡ଼ ହୋଇଛି । ବୋମାମାଡ଼ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ପୋଲିସର ତଦନ୍ତ ଆରମ୍ଭ କରିଛି |

ସୂଚନା ଅନୁଯାୟୀ ଆଜି ଭୋର ସାଢ଼େ ୩ଟା ସମୟରେ ପ୍ରଥମେ ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଆଗରେ ବୋମା ଫୁଟିବାର ଶବ୍ଦ ଆସିଥିଲା । ପରେ ପ୍ରିନ୍ସପାଲ ଅକ୍ଷୟ ତ୍ରିପାଠୀ ଘର ବାହାରକୁ ଆସି ଦେଖିଲା ବେଳକୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ହୋଇଯାଇଥିଲା । ଏଥିରେ ଭୟଭୀତ ହୋଇ ସାଥି ଅଧ୍ୟାପକଙ୍କୁ ଫୋନ ଯୋଗେ ଡାକିଥିଲେ ।

ଏଥିସହିତ କିଛି ସମୟରେ ମହାବିଦ୍ୟାଳୟ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ ୩-୪ଟି ବୋମା ଫୁଟିଥିଲା । ପ୍ରିନ୍ସପାଲ ତୁରନ୍ତ ଯାଜପୁର ରୋଡ଼ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ । ଏଥିସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି ।

ଆସନ୍ତାକାଲି ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ ଥିବାବେଳେ । ଏହାପୂର୍ବରୁ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ଘଟଣାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଛନ୍ତି |ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି |

 

Leave a Reply

Your email address will not be published. Required fields are marked *