ଓଡ଼ିଶା ବନ୍ଦ ଡାକରାରେ ସାମିଲ ହେବନି ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର, ୭/୧୦: ଆସନ୍ତାକାଲି ଓଡ଼ିଶା ବନ୍ଦ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ବନ୍ଦ ଡାକରା ଦେଇଛି । ଏହି ସମୟରେ ଯାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଘରୋଇ ବସ୍ ମାଲିକ ସଂଘ ବନ୍ଦରେ ସାମିଲ ହେବ ନାହିଁ, ସ୍ୱାଭାବିକ ଭାବେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ଜାରି ରହିବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ୍ ଏକ ଅତ୍ୟାବଶ୍ୟକ ଯାତ୍ରୀ ପରିବହନ ସେବା ହୋଇଥିବାରୁ ସଂଘ ବନ୍ଦରେ ସାମିଲ ହେବ ନାହିଁ । ତେବେ ବନ୍ଦ ସମୟରେ ବସ୍ ଚଳାଚଳକୁ ନେଇ ସୁରକ୍ଷା ଚିନ୍ତା ପ୍ରକାଶ କରିଛି ବସ୍ ମାଲିକ ସଂଘ। ବସ୍ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପର‌୍ୟ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରନ୍ତୁ ବୋଲି ସଂଘ ସଭାପତି ଅନୁରୋଧ କରିଛନ୍ତି।

ଅକ୍ଟୋବର ୮ କଂଗ୍ରେସ ଡାକରା ଦେଇଥିବା ଓଡ଼ିଶା ବନ୍ଦରୁ ଓହରିଲା ଘରୋଇ ବସ୍ ସଂଘ। ଯାତ୍ରୀ ସେବା ସ୍ୱାଭାବିକ ରହିବ, ବସ୍ ଚଳାଚଳ ବନ୍ଦ ହେବନି ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

 

Leave a Reply

Your email address will not be published. Required fields are marked *