ଭୁବନେଶ୍ୱର, ୭/୧୦: IAS ସ୍ତରରେ ହେଲା ବଡ଼ଧରଣର ଅଦଳବଦଳ । ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ନେଇ ଓଡ଼ିଶା ସରକାର ଅଦଳବଦଳ କରିଚନ୍ତି । ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳଙ୍କ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ଜିଲାର ଶୀର୍ଷ ପଦବୀରେ ନୂତନ ନିଯୁକ୍ତି ଦିଆଯାଇଛି।
ନବରଙ୍ଗପୁର ଜିଲାପାଳ ଭାବେ ଅନନ୍ୟା ଦାସଙ୍କୁ ନିଯୁକ୍ତି ମିଳିଥିବାବେଳେ ମଧୁମିତା ରଥ ନୂଆପଡ଼ା ଜିଲାପାଳ ଦାୟିତ୍ୱ ନେଇଛନ୍ତି।ସେହିପରି ପୂର୍ବରୁ ନବରଙ୍ଗପୁର ଜିଲାପାଳ ଥିବା ମହେଶ୍ୱର ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହୋଇଛନ୍ତି। ନୂଆପଡ଼ା ଜିଲାପାଳ ଥିବା ମଧୁସୂଦନ ଦାଶ GA & PG ଅତିରିକ୍ତ ସଚିବ ହୋଇଛନ୍ତି।ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଅତିରିକ୍ତ ସଚିବ ହୋଇଛନ୍ତି ପ୍ରଦୀପ ନାୟକ। ସେହିପରି ଅଶ୍ୱିନୀ ଏ . ଏଲ୍ଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ ଦେଇଛନ୍ତି ଓଡ଼ିଶା ସରକାର। କସ୍ତୁରୀ ସା’ଙ୍କୁ GA & PG ଡିପାର୍ଟମେଣ୍ଟ ଅନୁସଚିବ ଦାୟିତ୍ୱ ଦିଆଯାଇଛି।
– ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ – ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ
– ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ – GA & PG ବିଭାଗ ଅତିରିକ୍ତ ସଚିବ
– ଅନ୍ୟା ଦାସ (2019) – ନବରଙ୍ଗପୁରର ନୂଆ ଜିଲ୍ଲାପାଳ
– ମଧୁମିତା (2020) – ନୂଆପଡ଼ାର ନୂଆ ଜିଲ୍ଲାପାଳ
ମୋଟ ୭ IAS ଅଧିକାରୀଙ୍କ ବଦଳି ହୋଇଛି ।












Leave a Reply