ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ ନେଇ ବିଜେଡିର ୟୁ-ଟର୍ଣ୍ଣ

ଭୁବନେଶ୍ୱର, ୭/୧୦: ଆସନ୍ତାକାଲି ହେବାକୁ ଯାଉଛି ଓଡ଼ିଶା ବନ୍ଦ। କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବିଜେଡି ସମର୍ଥନ କରିବା ନେଇ ଘୋଷଣା କରିଥିଲା । ମାତ୍ର ଅଧଘଣ୍ଟା ମଧ୍ୟରେ ନିଜ ଆଭିମୁଖ୍ୟ ବଦଳାଇଛି ବିଜେଡି । ବନ୍ଦ ସମର୍ଥନକୁ ନେଇ ବିଜେଡିର ଦୁଇଟି ଭିନ୍ନ ବୟାନ ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ପ୍ରଥମେ ନବୀନ ନିବାସରେ ବୈଠକ ସାରି ଫେରିବା ପରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆସନ୍ତାକାଲି ହେବାକୁ ଥିବା ବନ୍ଦକୁ ବିଜେଡି ସମର୍ଥନ କରିବ।

ତେବେ ଏହାର କିଛି ସମୟ ପରେ ପୁଣି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେଡି ଆସନ୍ତାକାଲିର ବନ୍ଦକୁ ସମର୍ଥନ କରିବ ନାହିଁ। ବନ୍ଦ ଡାକରା ଦେଇଥିବା ଲୋକେ ବିଜେଡିକୁ ପଚାରି ନାହାନ୍ତି ବୋଲି ସେ କହିଛନ୍ତି। ପ୍ରମିଳାଙ୍କ କହିବା ଅନୁସାରେ, ବିଜେଡି କେବଳ SIR ଏବଂ ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗରେ ସମର୍ଥନ ଦେଇଛି। ଦଳ କୌଣସି ମେଣ୍ଟରେ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ବିଜେଡି ସମଦୂରତା ନୀତି ପାଳନ କରୁଛି ବୋଲି କହିଛନ୍ତି।

 

Leave a Reply

Your email address will not be published. Required fields are marked *