ଭୁବନେଶ୍ୱର/ନୂଆଦିଲ୍ଲୀ, ୬/୧୦: ନାଇଜେରିଆ ବାୟୁସେନାର ATR-42 ବିମାନ ଆଜି ସକାଳେ ଓଣ୍ଡୋ ରାଜ୍ୟର ଇଗବୋକୋଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନ ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି, ୩୨ ଜଣଙ୍କର ଜୀବନ ଚାଲିଯାଇଛି । ବିମାନଟି ବେନିନ୍ ସିଟିରୁ ଲାଗୋସ ଅଭିମୁଖେ ଯାଉଥିଲା । ରାଷ୍ଟ୍ରପତି ବୋଲା ଟିନୁବୁ ଏହି ଦୁଃଖଦ ଦୁର୍ଘଟଣା ପରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି ।
ବେନିନରୁ ଲାଗୋସ୍ ଯାଉଥିବା ବେଳେ ରାଡାରରୁ ହଜିଯାଇଥିଲା – ସକାଳ ୯:୧୩ରେ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା | ବିମାନରେ ୨୫ ଯାତ୍ରୀ ଓ ୭ କ୍ରୁ ସମେତ ମୋଟ ୩୨ ଜଣ ଥିଲେ, ସମସ୍ତେ ମୃତ। ର୍ଘଟଣାଟି କିପରି ଘଟିଲା ତାହା ଏଯାବତ୍ ଜଣାପଡ଼ିନାହିଁ । ହଠାତ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରର ଯୋଗାଯୋଗ ବିମାନ ସହ ବିଚ୍ଛିନ୍ନ ହୋଇଯାଇଥିଲା । ଏହାପରେ ଦ୍ରୁତ ଗତିରେ ଆକାଶରୁ ଖସିବାକୁ ଲାଗିଥିବା ବିମାନ ।
ନାଇଜେରିଆ ରାଷ୍ଟ୍ରପତି ଟିନୁବୁ କହିଛନ୍ତି ଯେ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସେ ନାଇଜେରିଆନ ବାୟୁସେନାକୁ ଦୁର୍ଘଟଣାର କାରଣର ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟିନୁବୁଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୫ ଜଣ ଯାତ୍ରୀ ଏବଂ ସାତ ଜଣ କ୍ରୁ ସଦସ୍ୟଙ୍କ ପରିବାର ପ୍ରତି ରାଷ୍ଟ୍ରପତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଏହା ସଶସ୍ତ୍ର ବାହିନୀ ଏବଂ ସମଗ୍ର ଦେଶ ପାଇଁ ଏକ ଦୁଃଖଦ ମୁହୂର୍ତ୍ତ ।”













Leave a Reply