ଭୁବନେଶ୍ୱର, ୬/୧୦: ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ ପକ୍ରିୟା ଆରମ୍ଭ ହୋଇଛି | edistrict.odisha.gov.in ପୋର୍ଟାଲ୍ ରେ ଆବେଦନ କରିପାରିବେ ଆବେଦନକାରି । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷିଆଳି ।
ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣୀ,ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ,ସ୍ୱେଚ୍ଛାସେବୀ ମୁତୟନ , ଭଜନ କୀର୍ତ୍ତନ ,ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସକାଳ ୧୦ଟାରୁ ଆରମ୍ଭ ହୋଇଯାଇଛି ଆବେଦନ ପକ୍ରିୟା | ମୋଟ ୨୫୦୦ ଜଣଙ୍କ ପାଇଁ ସିଟ ରହିଛି | ବିଧବା ମହିଳାଙ୍କ ପାଇଁ ୭୦ ବର୍ଷ ପର୍ଯ୍ୟନ୍ତ | ବିବାହିତ ମହିଳା ଙ୍କ ପାଇଁ ୫୦ ରୁ ୭୦ ବର୍ଷ | ଶାରୀରିକ ଓ ମାନସିକ ସୁସ୍ଥ ହୋଇଥିବା ଆବଶ୍ୟକ | ନୂଆ ଆବେଦନକାରୀଙ୍କୁ ପ୍ରଥମ ପ୍ରାଥମିକତା ଦିଆଯିବ |ସରକାରଙ୍କ ତରଫରୁ ମାଗଣା ରହିବା, ଶ୍ରୀମନ୍ଦିର ଦର୍ଶନ ଓ ମହାପ୍ରସାଦ ଯୋଗାଇ ଦିଆଯିବ। ସିଟ୍ ପୂରଣ ହେଲେ ପୋର୍ଟାଲ ବନ୍ଦ ହୋଇଯିବ।













Leave a Reply