ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ପ୍ରତିବାଦରେ ସାମିଲ ହେବ ବିଜେଡି: ନବୀନ ପଟ୍ଟନାୟକ

ଭୁବନେଶ୍ୱର/ନୂଆଦିଲ୍ଲୀ, ୬/୧୦: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ସମସ୍ତ ଏମ୍‌ପି ମାନଙ୍କୁ ନିର୍ଦେଶ ଦେଇଛନ୍ତି | ଏମ୍‌ପି ମାନେ ସଂସଦରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିବେ |ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବେ | ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR)କୁ ନେଇ ବିରୋଧୀ ଦଳଭାବେ ଆପତ୍ତି ଉଠାଇ ଆସୁଥିବା ବେଳେ, ଏବେ ସାମିଲ ହେବା ନେଇ ଘୋଷଣା କରିଛନ୍ତି |

ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଏବଂ ଇସ୍ତଫା ଦାବି କରି INDIA ମେଣ୍ଟ ପକ୍ଷରୁ ଲଗାତାର ପ୍ରତିବାଦ କରାଯାଉଛି। ନିର୍ବାଚନୀ ପ୍ରକ୍ରିୟା ଓ SIRକୁ ନେଇ ବିରୋଧୀଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଅନ୍ୟପଟେ ନିର୍ବାଚନ କମିଶନ ଏବଂ ଭାଜପା ପକ୍ଷରୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି।

ନବୀନଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ସମସ୍ତ ଏମ୍‌ପି ଦିଲ୍ଲୀରେ INDIA ମେଣ୍ଟର ପ୍ରତିବାଦରେ ଯୋଗଦେବେ। ଏହା ଫଳରେ ନିର୍ବାଚନ କମିଶନ ସମ୍ପର୍କିତ ପ୍ରସଙ୍ଗରେ ବିଜେଡି ମଧ୍ୟ ବିରୋଧୀ ଦଳଗୁଡ଼ିକ ସହ ମିଳିତ ଭାବେ ନିଜର ମତ ରଖିବ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ହେବାକୁ ଥିବା ବିରୋଧୀ ଦଳର ପ୍ରତିବାଦ ରାଲିରେ ବିଜେଡି ସାମିଲ ହେବ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦମାନେ ଏହି ପ୍ରତିବାଦରେ ଯୋଗ ଦେବେ ବୋଲି ରାଜ୍ୟସଭାରେ ଦଳର ସଂସଦୀୟ ନେତା ମାନସ ମଙ୍ଗରାଜ କହିଛନ୍ତି।

ବିଜେଡିର ଅଭିଯୋଗ କରିଛି SIR (ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଓ ଦେଶରେ ୧୩ କୋଟି ଭୋଟରଙ୍କ ନାମ କଟାଯାଇଛି।ଧାମନଗରରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟ ବିଏଲଓଙ୍କୁ ନ ଜଣାଇ କଟାଯାଇଛି।

ନବୀନ ପଟ୍ଟନାୟକ ପୂର୍ବରୁ ସେପ୍ଟେମ୍ବର ୨୫ରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ବିଜେଡି କହିଛି, ଆମେ INDIA ମେଣ୍ଟ ଓ NDA ଠାରୁ ସମଦୂରତା ରଖିଛୁ, କିନ୍ତୁ ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟାର ସୁରକ୍ଷା ପାଇଁ ଏହି ପ୍ରତିବାଦରେ ସାମିଲ ହେଉଛୁ।

Leave a Reply

Your email address will not be published. Required fields are marked *