ଭୁବନେଶ୍ୱର, ୫/୧୦: ନୟାପଲ୍ଲୀ ଦୁଷ୍କର୍ମ ଘଟଣାକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଏନ୍କାଉଣ୍ଟର କରିଥିଲା । ତେବେ ଏବେ ପୋଲିସ ଶ୍ରୀଧର ଠାରୁ ଚୋରି ବାଇକ୍ କିଣି ଖଣ୍ଡଖଣ୍ଡ କରି ବିକ୍ରି ଉଦ୍ୟମ କରିବା ଅଭିଯୋଗରେ ୨ ସହଯୋଗୀଙ୍କୁ ଗିରଫ କରିଛି । ସେମାନେ ହେଲେ ଚକେଇସିଆଣିରେ ରହୁଥିବା କଟକ ମାଲଗୋଦାମ ଥାନା ରାଣୀହାଟର ହରିନାରାୟଣ ପ୍ରସାଦ(୩୬) ଏବଂ ଚକେଇସିଆଣି ସମେଇଗଡ଼ିଆରେ ରହୁଥିବା ବାଲେଶ୍ୱର ଗୋପାଳପୁରର ନିଶିକାନ୍ତ ସାହୁ(୩୧) ।
ପୁଲିସ ସୂଚନା ଅନୁଯାୟୀ, ୩୦ ତାରିଖ ସନ୍ଧ୍ୟାରେ ଶ୍ରୀଧର ନୟାପଲ୍ଲୀ ଘରେ ପଶି ଯୁବତୀଙ୍କୁ ଖେଳନା ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କୁ ବାନ୍ଧି କବାଟ ଦେଇ ପଳାଇ ଯାଇଥିଲା । ସେଠାରୁ ଆମ ବସ୍ ଏବଂ ଅଟୋ ଯୋଗେ ମାର୍କେଟ ବିଲ୍ଡଂରେ ପହଞ୍ଚିଥିଲା । କେଶରୀ ମଲ୍ ନିକଟରେ ଅଭିଯୋଗକାରୀ କମଳେଶ କୁମାର ସିଂହ ତାଙ୍କ ବାଇକ୍ ଲକ୍ କରି ମାର୍କେଟିଂରେ ଯାଇଥିବା ବେଳେ ଶ୍ରୀଧର ଉକ୍ତ ବାଇକ୍କୁ ଚୋରି କରି ନେଇ ପଳାଇଥିଲା । ବାଇକ୍ ଚୋରି ସଂପର୍କରେ କମଳେଶ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ପରେ ଦୁଷ୍କର୍ମ ଅଭିଯୁକ୍ତ କୁ ଧରିବା ପରେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିଥିଲା ।
ସେପ୍ଟେମ୍ବର ୩୦ ରାତିରେ ଦୁଷ୍କର୍ମ ପରେ ଅଭିଯୁକ୍ତ ମାର୍କେଟ ବିଲଡିଂରୁ ବାଇକ୍ ଚୋରି କରି ଏମାନଙ୍କୁ ବିକିଥିଲା। ପ୍ରମାଣ ନଷ୍ଟ ପାଇଁ ଦୁହେଁ ବାଇକୁ ସମ୍ପୂର୍ଣ୍ଣ ଖୋଲି ପାର୍ଟସ ବିକିବାକୁ ଯୋଜନା କରିଥିଲେ।
ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ଚନ୍ଦକାରେ ଏନକାଉଣ୍ଟର ପରେ ଗିରଫ ହୋଇ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି।













Leave a Reply