ଭୁବନେଶ୍ୱର, ୪/୧୦: ବହୁଚର୍ଚ୍ଚିତ ନୟାପଲ୍ଲୀ ଦୁଷ୍କର୍ମ ମାମଲାର କମିଶନରେଟ ପୋଲିସ ହାତରେ ଲାଗିଛି ଅଭିଯୁକ୍ତ। ଅଭିଯୁକ୍ତ ଜଣକ ଗଞ୍ଜାମର ଶ୍ରୀଧର ପଣ୍ଡା ଓରଫ୍ ସନ୍ତୋଷ । ଚୋରି କରିବାକୁ ଆସି ଘରେ ଯୁବତୀଙ୍କୁ ଏକୁଟିଆ ପାଇଁ ଦୁଷ୍କର୍ମ କରିଥିଲା ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି।
ପୋଲିସ ଏନକାଉଣ୍ଟରେ ଅଭିଯୁକ୍ତର ଗୋଡରେ ଗୁଳି ବାଜିଛି ବୋଲି ସେ କହିଛନ୍ତି।
ସିପି କହିଛନ୍ତି, ଅଭିଯୁକ୍ତ ଶ୍ରୀଧର ପଣ୍ଡା (୨୪)ର ଘର ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ । ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇଶିଆଣିରେ ରହୁଥିଲା। ଏହା ପୂର୍ବରୁ ମଧ୍ୟ ମୋବାଇଲ୍ ଚୋରି ମାମଲାରେ ଗିରଫ ହୋଇ ସେ ଜେଲ୍ ଯାଇଥିଲା। ତା’ ନାଁରେ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ମାମଲା ରହିଛି। ସେ ଅନେକ ସମୟରେ ଲୋକଙ୍କ ଘରେ ପଶି ଚୋରି କରୁଥିଲା।ତେବେ ଗତ ବୁଧବାର ସେ ନୟାପଲ୍ଲୀରେ ପୀଡ଼ିତାଙ୍କ ଘରକୁ ଚୋରି ଉଦ୍ଦେଶ୍ୟରେ ପଶିଥିଲା। କିନ୍ତୁ ସୁଯୋଗ ପାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ପାଖରେ କୌଣସି ବନ୍ଧୁକ ନଥିଲା ବରଂ ସେ ଏକ ଲାଇଟର ଭଳି ବନ୍ଧୁକ ରଖିଥିଲା । ଏହାକୁ ଦେଖାଇ ସେ ଯୁବତୀଙ୍କୁ ଡରାଇଥିଲା । ଯେଉଁଥିରେ ଯୁବତୀ ଜଣକ ଏହାକୁ ବନ୍ଧୁକ ଭାବି ପୁରା ଡରିଯାଇଥିଲେ । ଘଟଣା ଘଟାଇବା ପରେ ଅଭିଯୁକ୍ତ ପ୍ରଥମେ ‘ଆମ ବସ୍’ରେ ଯାଇଥିଲା। ତା’ପରେ ଏକ ଅଟୋ ଏବଂ ଏହା ପରେ ଏକ ବାଇକ୍ ଚୋରି କରି ଫେରାର ହୋଇଥିଲା।
୩୦୦+ CCTV ଯାଞ୍ଚ ପରେ ଚାନ୍ଦକା ଅଞ୍ଚଳରୁ ଧରାଗଲା, ସ୍କ୍ରୁ ଡ୍ରାଇଭରରେ ପୁଲିସକୁ ଆକ୍ରମଣ କରିବାରୁ ପୁଲିସ ୨ ରାଉଣ୍ଡ ଫାୟାରିଂ କରିଥିଲା ଫଳରେ ବାମ ଗୋଡ଼ରେ ଗୁଳି ବାଜିଛି।
ଅଭିଯୁକ୍ତ ଜଣେ ଅଭ୍ୟସ୍ତ ଅପରାଧୀ, ପୂର୍ବରୁ ଚୋରି ମାମଲାରେ ଜେଲ ଯାଇଛି।













Leave a Reply