ଆମେରିକା ଜାତିସଂଘ ସାଧାରଣ ସଭାକୁ ଆସିଥିବା ଦୁଇ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର , ଦେଶ ଛାଡିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ, ୪/୧୦: ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାକୁ ଲାଗିଛି। ଏହାରି ମଧ୍ୟରେ ଆମେରିକା ଇରାନ ବିରୋଧରେ ଏକ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକା ଜାତିସଂଘ ସାଧାରଣ ସଭାକୁ ଆସିଥିବା ଦୁଇ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମ ସହିତ କଥା ହେବା ପରେ ଇରାନ ସହିତ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ଜାତିସଂଘ ସାଧାରଣ ପରିଷଦ ଶେଷ ହେବା ପରେ ଇରାନୀ ପ୍ରତିନିଧିମଣ୍ଡଳର ଦୁଇ ସଦସ୍ୟ ନ୍ୟୁୟର୍କରେ ରହିଥିଲେ। କିନ୍ତୁ ଏବେ ସେମାନଙ୍କୁ ଆମେରିକାରୁ ବହିଷ୍କାର କରାଯାଇଛି।

ରିପୋର୍ଟ ଅନୁଯାୟୀ, ଦୁଇ ଇରାନୀ କୂଟନୀତିଜ୍ଞ ଏହି ନିର୍ଦ୍ଦେଶକୁ ଅଣଦେଖା କରି ଆମେରିକାରେ ରହିଥିଲେ। ଏହା ପରେ ବୈଦେଶିକ ବିଭାଗ ସେମାନଙ୍କୁ ଆମେରିକାରୁ ବହିଷ୍କାର କରିଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଜଣେ କୂଟନୀତିଜ୍ଞ ଶୁକ୍ରବାର ରାତିରେ ଏବଂ ଅନ୍ୟ ଜଣେ ଶନିବାର ସକାଳେ ନ୍ୟୁୟର୍କ ଛାଡିଛନ୍ତି।

Leave a Reply

Your email address will not be published. Required fields are marked *