ଭୁବନେଶ୍ବର,୯/୬ : ରଜ ଓ ଓଡ଼ିଆ ସିନେମାର ସମ୍ପର୍କ ବହୁତ ପୁରୁଣା। ଏହି ଗଣପର୍ବର ମାହୋଲକୁ ଆହୁରି ଜମେଇବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୀ ସାର୍ଥକ ଏକ ବଡ଼ ଧମାକା କରିବାକୁ ଯାଉଛି। ଆସନ୍ତା ଜୁନ୍ ୧୪ ତାରିଖ ‘ପହିଲି ରଜ’ ସନ୍ଧ୍ୟା ୬ଟା ୩୦ ମିନିଟରେ ଚ୍ୟାନେଲରେ ପ୍ରସାରିତ ହେବ ଚଳିତ ବର୍ଷର ସବୁଠାରୁ ପ୍ରତିକ୍ଷିତ କ୍ରାଇମ୍-ଥ୍ରୀଲର ସିକ୍ୱେଲ ‘ଡେଲିଭରି ବୟ ୨’। ସତ୍ୟ ଓ ମିଥ୍ୟାର ଅସ୍ପଷ୍ଟ ଗାର ଭିତରେ ଛନ୍ଦି ହୋଇପଡ଼ିଥିବା ଏକ ଜୀବନର କାହାଣୀକୁ ନେଇ ଗତିଶୀଳ ଏହି ସିନେମାଟି ଓଡ଼ିଆ ଦର୍ଶକଙ୍କୁ ଟିଭି ପରଦାରେ ବାନ୍ଧି ରଖିବାରେ ସଫଳ ହେବ ବୋଲି ଦୃଢ ଆଶା କରାଯାଉଛି।
ଅଶ୍ୱିନ ତ୍ରିପାଠୀଙ୍କ ନିର୍ଦ୍ଦେଶନା ଏବଂ ଜେଆରଏମ ଓ ରୋଜାଲିନ ମହାନ୍ତିଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଦର୍ଶକଙ୍କ ମନ ଜିତିଥିଲା । ସମାଜର ଏକ ସମ୍ବେଦନଶୀଳ ଦିଗ ଉପରେ ଆଧାରିତ, ମିଛ ସାମ୍ବାଦିକତା ଏବଂ ଗଣମାଧ୍ୟମର ଅଯଥା ଚାପ କିଭଳି ଜଣେ ନିରୀହ ମଣିଷର ଜୀବନକୁ ଛାରଖାର କରିଦିଏ, ତାହା ଏଥିରେ ବେଶ୍ ନିପୁଣ ଭାବେ ଦେଖାଯାଇଛି । ଅର୍ଚ୍ଚିତା ସାହୁ ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଭଳି ଦିଗ୍ଗଜ କଳାକାରଙ୍କ ଦମଦାର ଅଭିନୟ ସିନେମାକୁ ଏକ ନୂଆ ଦିଗ ଦେଇଥିଲା । ମୁଖ୍ୟକଳାକାର ଭାବରେ ଶୈଳେନ୍ଦ୍ର ସାମନ୍ତରାୟ, ପ୍ରିୟମ୍ବଦା, ଶ୍ରୀତମ ଦାସ ଓ ପୁପିନ୍ଦର ସିଂଙ୍କ ସହ ସନ୍ତୁ ନିଜେ ଓ ଶକ୍ତି ବରାଳ ଭଳି କଳାକାରଙ୍କ ଉପସ୍ଥିତି ଏହାକୁ ଆହୁରି ଆକର୍ଷଣୀୟ କରିଥିଲା ।
ଏହି ଶୁଭ ଅବସରରେ ଜୀ ସାର୍ଥକ ଓଡ଼ିଆର ମୁଖ୍ୟ ଚ୍ୟାନେଲ ଅଫିସର ରାହୁଲ ରାଓ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଓଡ଼ିଶାର ସବୁଠାରୁ ପ୍ରିୟ ଏବଂ ପାରମ୍ପରିକ ଗଣପର୍ବ ‘ରଜ’ ଉପଲକ୍ଷେ ମୁଁ ସମସ୍ତ ଓଡ଼ିଆ ଦର୍ଶକଙ୍କୁ ଆମ ଚ୍ୟାନେଲ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ସ୍ନେହ ଜଣାଉଛି। ରଜର ଏହି ଆନନ୍ଦ ଉଲ୍ଲାସ ଭିତରେ ଆପଣମାନଙ୍କ ମନୋରଞ୍ଜନକୁ ଦ୍ୱିଗୁଣିତ କରିବା ପାଇଁ ଆମେ ନେଇଆସୁଛୁ ‘ଡେଲିଭରି ବୟ ୨’। ମୋର ଅନୁରୋଧ, ଆପଣମାନେ ସପରିବାର ଏହି ରୋମାଞ୍ଚକର ଫିଲ୍ମଟିକୁ ଦେଖନ୍ତୁ ଏବଂ ଓଡ଼ିଶାର ନିଜସ୍ୱ ପର୍ବକୁ ଆମ ସହିତ ଧୂମଧାମରେ ପାଳନ କରନ୍ତୁ।” ପହିଲି ରଜ ସନ୍ଧ୍ୟାକୁ ଟିଭି ପରଦା ସାମ୍ନାରେ ରୋମାଞ୍ଚଭରା କରିବା ପାଇଁ ‘ଡେଲିଭରି ବୟ ୨’ ଏକ ଉତ୍କୃଷ୍ଟ ମାଧ୍ୟମ ହେବ ବୋଲି କହିଛନ୍ତି ଚଳଚ୍ଚିତ୍ରର ଟିମ୍ ।












Leave a Reply