ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କଲେ ଯୁଜବେନ୍ଦ୍ର ଚହଲ

ଭୁବନେଶ୍ୱର/ନୂଆଦିଲ୍ଲୀ,୨/୧୦: ଭାରତର ଦିଗ୍ଗଜ ସ୍ପିନର ଯୁଜବେନ୍ଦ୍ର ଚହଲ ଏକ ବଡ଼ ଘୋଷଣା କରିଛନ୍ତି । ସେ ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ନେବା ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଚହଲ କେବେ ବି ଭାରତ ପାଇଁ ଟେଷ୍ଟ ମ୍ୟାଚ ଖେଳିନାହାନ୍ତି। ତେବେ ଦିନିକିଆ ଏବଂ ଟି-୨୦ ଦଳକୁ ତାଙ୍କର ପୁଣିଥରେ ଫେରିବା ଆଶା ଏବେ ବି ରହିଛି।

ଯୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ନିଜର ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରେଡ-ବଲ କ୍ରିକେଟ ତାଙ୍କ ପାଇଁ କେବଳ ଏକ ସାଧାରଣ ଫର୍ମାଟ ନଥିଲା। “ପ୍ରଥମ ଧରିଥିବା ବଲ୍ ଥିଲା ଲାଲ୍ ବଲ୍, ୧୦ ବର୍ଷ ବୟସରେ… ରେଡ୍-ବଲ୍ ମୋତେ ଧର୍ଯ୍ୟ, ଚରିତ୍ର ଶିଖାଇଲା” । ଚହଲ କହିଛନ୍ତି ଯେ, ଟେଷ୍ଟ ମ୍ୟାଚରେ ଘଣ୍ଟା ଘଣ୍ଟା ଧରି ପଡ଼ିଆରେ ସଂଘର୍ଷ କରିବାର ଆନନ୍ଦ ହିଁ ଅଲଗା। ତେବେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିପାରିନଥିବାର ଅନୁତାପ ତାଙ୍କ ମନରେ ସବୁବେଳେ ରହିବ ବୋଲି ସେ କହିଛନ୍ତି। ନିଜର ଭାବପ୍ରବଣ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, ଅବସର ଘୋଷଣା କରିବା ବହୁତ କଷ୍ଟକର ଲାଗୁଛି, କାରଣ ଟେଷ୍ଟ କ୍ରିକେଟ ଖେଳିବା ସବୁବେଳେ ମୋର ଏକ ସ୍ବପ୍ନ ଥିଲା। ସେ ଆହୁରି କହିଛନ୍ତି, ଟେଷ୍ଟ ଖେଳିବାର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ ସତ, କିନ୍ତୁ ମୋର ଏହି ସ୍ମରଣୀୟ ଯାତ୍ରାକୁ ନେଇ ମୁଁ ଖୁସି। ଏହି ଫର୍ମାଟରେ ମିଳିଥିବା ପ୍ରତ୍ୟେକ ସୁଯୋଗ ପାଇଁ ମୁଁ କୃତଜ୍ଞ।

ଚହଲ ତାଙ୍କ କ୍ୟାରିୟରରେ ୪୯ ଫର୍ଷ୍ଟ-କ୍ଲାସ ମ୍ୟାଚରେ ୧୪୮ ୱିକେଟ୍ @୩୨.୨୭, ବେଷ୍ଟ ୬/୨୫ ନେଇଛନ୍ତି। ଲର୍ଡସରେ ମିଡଲସେକ୍ସ ବିପକ୍ଷ ଶେଷ ମ୍ୟାଚରେ ୨ ୱିକେଟ୍। ୨୦୨୬-୨୭ ସିଜିନରେ ୩୬ ବର୍ଷୀୟ ଚହଲ ୫ କାଉଣ୍ଟି ମ୍ୟାଚରେ ୨୧ ୱିକେଟ୍, ଡରହାମ ବିପକ୍ଷରେ ୯ ୱିକେଟ୍ ସହ ପ୍ରଥମ ଇନିଂସରେ ଫାଇଫର।

ଚହଲ କେବେ ଭାରତ ପାଇଁ ଟେଷ୍ଟ ଖେଳିନାହାନ୍ତି, ଜାତୀୟ ଦଳ ପାଇଁ ଶେଷ ମ୍ୟାଚ୍ ଅଗଷ୍ଟ ୨୦୨୩ ୱେଷ୍ଟଇଣ୍ଡିଜ୍ ବିପକ୍ଷ T20I, ଶେଷ ODI ଜାନୁଆରୀ ୨୦୨୩ ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷ।

Leave a Reply

Your email address will not be published. Required fields are marked *