ଦିଲ୍ଲୀରେ ଇଣ୍ଡିଆ ବ୍ଲକର ଉଚ୍ଚସ୍ତରୀୟ ବୈଠକ, ଏକାଠି ହେବେ ସବୁ ବିରୋଧୀ

ଭୁବନେଶ୍ୱର /ନୂଆଦିଲ୍ଲୀ , ୩୦/୯: ଆଜି ଦିଲ୍ଲୀରେ ଇଣ୍ଡିଆ ବ୍ଲକର ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ସବୁ ବିରୋଧୀ ଏକାଠି ହେବେ | ଏସଆଇର ରଦ୍ଦ ଓ ସିଆଇସିଙ୍କ ଇସ୍ତଫା ଦାବିରେ ରଣ ହୁଙ୍କାର ଦେବ । ଏହା ଇଣ୍ଡିମେଣ୍ଟର ଅଷ୍ଟମ ବୈଠକ ହୋଇଥିବା ବେଳେ ଏଥିରେ ସ୍ପେଶାଲ ଇନଟେନସିଭ୍ ରିଭିଜନକୁ ନେଇ ନିର୍ବାଚନ ଆୟୋଗରେ ମତଭେଦକୁ ନେଇ ଚର୍ଚ୍ଚା ସହ ସିଆଇସି ଜ୍ଞାନେଶ କୁମାରଙ୍କ ଇସ୍ତଫାକୁ ନେଇ ରଣନୀତି ପ୍ରସ୍ତୁତ ହେବ।

ସଆଇଆର ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ହେବାକୁ ଥିବା ଏହି ବୈଠକରେ ସବୁ ବିରୋଧୀ ଏକାଠି ହୋଇ ମୁଖ୍ୟନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ଇଣ୍ଡିଆ ବ୍ଲକ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ବୈଠକରେ କଂଗ୍ରେସ, ଟିଏମସି, ସପା, ରାଜେଡି, ନେସନାଲ କନଫରେନ୍ସ, ପିଡିପି, ସିପିଆଇଏମ, ଶିବସେନା ୟୁବିଟି, ଏନସିପି ଆଦି ଦଳର ନେତା ସାମିଲ ହେବେ ବୋଲି ଜଣାପଡ଼ିଛି । ଖଡଗେ, ରାହୁଲ, ସୋନିଆ, ମମତା-ଅଭିଷେକ, ତେଜସ୍ୱୀ, ହେମନ୍ତ ସୋରେନ, ସୁପ୍ରିୟା ସୁଲେ, ବାମ ଦଳ, ଶିବସେନା UBT; DMK, AAP ଅନୁପସ୍ଥିତ, ଅଖିଲେଶ ପ୍ରତିନିଧି ପଠାଇବେ |

Leave a Reply

Your email address will not be published. Required fields are marked *