୮ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ୱର, ୨୯/୯: MMDR ଆଇନକୁ ନେଇ ବଡ଼ ଆନ୍ଦୋଳନ। OPCC ସଭାପତି ଭକ୍ତ ଚରଣ ଦାସ ଅକ୍ଟୋବର ୮ରେ ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦ ଡାକରା | ଏହାକୁ ସମର୍ଥନ ଜଣାଇଛି INDIA ମେଣ୍ଟ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ସଭାପତି ଭକ୍ତ ଚରଣ ଦାସ। ବନ୍ଦରେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରର MMDR ସଂଶୋଧନ ଆଇନ ୨୦୨୬ – ରାଜ୍ୟର ଖଣିଜ ଉପରେ ଟ୍ୟାକ୍ସ/ସେସ୍ ଅଧିକାର ଛଡ଼ାଇନେବ, ବର୍ଷକୁ ୧୨,୦୦୦ କୋଟି ରାଜସ୍ୱ କ୍ଷତି ଆଶଙ୍କା ରହିଛି | ଏଥିସହ ୧ ଲକ୍ଷ କୋଟିରୁ ଅଧିକ ବକେୟା ଫସିବା ଅଭିଯୋଗ କରିଛନ୍ତି |

ଖଣି ଟଙ୍କା ଲୁଟ୍ ପାଇଁ କେନ୍ଦ୍ର ସରକାର ଏମ୍‌ଏମ୍‌ଡିଆର୍ ଆକ୍ଟ ଲାଗୁ କରିଛନ୍ତି! ଯାହାଫଳରେ ରାଜ୍ୟ ସରକାର ବ୍ୟାପକ କ୍ଷତିରେ ସମ୍ମୁଖୀନ ହେବେ। ଏହାକୁ କଂଗ୍ରେସ ଓ ବିଜେଡି ବିରୋଧ କରୁଛନ୍ତି। ଏମ୍‌ଏମ୍‌ଡିଆର୍ ଆକ୍ଟ ବିରୋଧ କରି ବିଜେଡି ରବିବାର ରାଜଧାନୀ ଭୁବନେଶ୍ୱରରେ ହଙ୍ଗାମା କରିଥିବା ବେଳେ କଂଗ୍ରେସ ଖଣି ଅଞ୍ଚଳରେ ପ୍ରତିବାଦ ସଭା ଆୟୋଜନ କରିଆସୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷୁଛନ୍ତି। ଏହା ସତ୍ତ୍ୱେ ସରକାର ଏମ୍‌ଏମ୍‌ଡିଆର୍ ଆକ୍ଟକୁ ପ୍ରତ୍ୟାହାର କରୁନାହାନ୍ତି।

ଅନ୍ୟପଟେ, ବନ୍ଦକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି; ମୁଖ୍ୟ ନିର୍ବାଚନ କମିଶନରଙ୍କ ଜ୍ଞାନେଶ କୁମାର ଲୋକଙ୍କ ଭୋଟ ଦେବାର ଅଧିକାରକୁ ହତ୍ୟା କରିଛନ୍ତି। ତେଣୁ ତାଙ୍କର ଇସ୍ତଫା ଦାବି କରୁଛି କଂଗ୍ରେସ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାଛଡ଼ା ଏମ୍‌ଏମ୍‌ଡିଆର ଆକ୍ଟକୁ ପ୍ରତ୍ୟାହାର କରିବା ପାଇଁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଏହାର ପ୍ରତିବାଦରେ ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ସୂଚନାରୁ ପ୍ରକାଶ; ଏସ୍‌ଆଇଆର୍ ପ୍ରକ୍ରିୟାରେ ଜାଲିଆତି ମାମଲାରେ ଫସିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର! ତାଙ୍କ ଇସ୍ତଫା ଦାବିରେ ବିରୋଧୀ କଂଗ୍ରେସ ସହ INDIA ମେଣ୍ଟ ରାଜରାସ୍ତାରେ ପ୍ରତିବାଦ କରୁଛି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବି କରୁଛନ୍ତି। ହେଲେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବରଂ ସିଇସିଙ୍କୁ ସମର୍ଥନ କରୁଛନ୍ତି। ଯେଉଁଥିପାଇଁ ବିରୋଧୀ ଆନ୍ଦୋଳନକୁ ଦିନକୁ ଦିନ ତୀବ୍ର କରୁଛନ୍ତି।

Leave a Reply

Your email address will not be published. Required fields are marked *