ଭୁବନେଶ୍ୱର/ସମ୍ବଲପୁର, ୨୯/୯: ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁରର କାରଖାନା ଓ ବଏଲର ବିଭାଗ (Factories and Boilers) ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ । ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାମନ୍ତରାୟଙ୍କ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଥିବା ଏକକାଳୀନ ୭ଟି ସ୍ଥାନରେ ଜୋରଦାର ଚଢ଼ଉ କରାଯାଉଛି। ସମ୍ବଲପୁର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟରେ ୮ DSP, ୧୧ Inspector, ୧୧ ASI ସହ ମୋଟ ୭ ସ୍ଥାନରେ ସିମୁଲଟାନିଅସ୍ ରେଡ୍ ଚାଲିଛି | ଧନକାଉଡା Sun Cityର 3BHK ଫ୍ଲାଟ୍, ନନ୍ଦନବିହାର ଡୁପ୍ଲେକ୍ସ, ଜଟଣୀ ବାରକୁଦା କୋଠା, ପୁରୀ ବାଲିଗୁଆଳି ୩ ତାଲା, ବାଲୁଗାଁ ସୁଭାଷ ମାର୍ଗ ଓ ଅଶୋକ ନଗର ପୈତୃକ ଘର, ସମ୍ବଲପୁର ସରକାରୀ ଚାମ୍ବର |
ସ୍ଥାବର/ଅସ୍ଥାବର, ବ୍ୟାଙ୍କ, ସୁନା, ନଗଦ ଓ ଦଲିଲ ଖୋଜା ଚାଲିଛି | ସମସ୍ତ ୭ଟି ସ୍ଥାନରେ କାଗଜପତ୍ର ଯାଞ୍ଚ ଓ ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରହିଛି। ଚଢ଼ଉ ସମ୍ପୂର୍ଣ୍ଣ ହେବା ପରେ ଠାବ ହୋଇଥିବା ମୋଟ ସମ୍ପତ୍ତି, ନଗଦ ଟଙ୍କା, ବ୍ୟାଙ୍କ ଜମା, ସୁନାଗହଣା ଓ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ସବିଶେଷ ସୂଚନା ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।













Leave a Reply