ଭୁବନେଶ୍ୱର, ୬/୬ : ଆଗାମୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା-୨୦୨୬କୁ ସୁଚାରୁ ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ଅପରାହ୍ନରେ ପୁରୀ ସର୍କିଟ ହାଉସଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀଙ୍କ ମହୋଦୟାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l
ବୈଠକରେ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ଡ୍ରେନେଜ୍, ସହର ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତମାନଙ୍କ ପାଇଁ ଆବଶ୍ୟକ ନାଗରିକ ସୁବିଧା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରାଯିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯାଇଥିଲା।
ଏହି ବୈଠକରେ ଜିଲ୍ଲାପାଳ, ଏସ୍ପି, ପୁରୀ ମହାନଗର ନିଗମ କମିଶନର, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ରଥଯାତ୍ରା ପାଇଁ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ l













Leave a Reply