ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ ହେବ

ଭୁବନେଶ୍ବର,୨୫/୯ :  ଐତିହାସିକ କଟକ ସହରର ପ୍ରସିଦ୍ଧ ଦଶହରା ଭସାଣି ଶୋଭାଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ କରାଯିବ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଆଜି ନେତାଜୀ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଦଶହରା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ କହିଛନ୍ତି ଯେ, ସହରର ୪ଟି ପ୍ରମୁଖ ସ୍ଥାନରୁ ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ କରାଯିବ । ଏହି ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ନ୍ୟସ୍ତ କରାଯାଇଛି । ବିଶେଷ କରି ବରିଷ୍ଠ ନାଗରିକ, ଯେଉଁମାନେ ଭିଡ଼ ମଧ୍ୟକୁ ଆସିପାରିବେ ନାହିଁ, ସେମାନେ ଯେପରି ଘରେ ବସି ଦଶହରା ଭସାଣିର ଆନନ୍ଦ ନେଇପାରିବେ, ସେଥିପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

Leave a Reply

Your email address will not be published. Required fields are marked *