ଭୁବନେଶ୍ୱର/ନୂଆଦିଲ୍ଲୀ ୨୪/୯: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ କକରୋଚ ଜନତା ପାର୍ଟି(ସିଜେପି) । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ CJPର ବଡ ଅଭିଯୋଗ। ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନର ଘୋଷଣା କରିଛି ସିଜେପି । ଯଦି ଜ୍ଞାନେଶ କୁମାର ଆଗାମୀ ୪୮ ଘଣ୍ଟା ଭିତରେ ନିଜ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସମଗ୍ର ଦେଶରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସିଜେପିର ମୁଖ୍ୟ ଅଭିଜିତ ଦୀପକେ କହିଛନ୍ତି ।
ଏହା ପରେ ଦିଲ୍ଲୀ ଜନ୍ତର ମନ୍ତର ୨.୦ ମଧ୍ୟ ଆରମ୍ଭ ହୋଇଯିବ । ଏଥିସହ ସିଜେପି ମୁଖ୍ୟ ନିର୍ବାଚନ ଆୟୋଗ ଓ ସରକାରଙ୍କ ସାମ୍ନାରେ ତିନୋଟି ଦାବି ରଖିଛନ୍ତି ।
୧ – ଜ୍ଞାନେଶ କୁମାର ନିଜ ପଦରୁ ଇସ୍ତଫା ଦିଅନ୍ତୁ । ତାଙ୍କ ବିରୋଧରେ ତୁରନ୍ତ ଫୌଜଦାରୀ ମାମଲା ଦାୟର କରାଯାଉ।
୨ – ଆଗାମୀ ସମସ୍ତ ନିର୍ବାଚନକୁ ତତ୍କାଳ ପ୍ରଭାବରୁ ରୋକ୍ ଲଗାଯାଉ । ୨୦୨୪ ଜାନୁଆରୀର ଭୋଟର ତାଲିକା ପୁନଃ ଜାରି କରାଯାଉ ଏବଂ ଏସଆଇଆର ପ୍ରକ୍ରିୟା ବନ୍ଦ କରାଯାଉ । ସୁପ୍ରିମକୋର୍ଟ ଏସଆଇଆର ସହ ଜଡ଼ିତ ସମସ୍ତ ଫାଇଲ୍ ସିଜ୍ କରନ୍ତୁ।
୩ – ୨୦୨୩ର ସେହି ଆଇନକୁ ପ୍ରତ୍ୟାହାର କରାଯାଉ, ଯେଉଁଥିରେ ନିର୍ବାଚନ ଆୟୁକ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ସଂରକ୍ଷଣ ପ୍ରଦାନ କରୁଛି । ନୂଆ ଆଇନ ପ୍ରଣୟନ ହେଉ, ଯେଉଁଥିରେ ସିଭିଲ୍ ସୋସାଇଟିର ଭାଗିଦାରୀ ରହୁ ।
ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ୧୦ ମାସରେ ୧୪ ଥର SIR ନିଷ୍ପତ୍ତିରେ ଆପତ୍ତି ଉଠାଇଥିଲେ। EC କହିଛି ସବୁ ନିଷ୍ପତ୍ତି ସର୍ବସମ୍ମତ।













Leave a Reply