ମର୍ମନ୍ତୁଦ ସଡକ ଦୁର୍ଘଟଣା: କ୍ୟାବିନେଟ୍ ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ

ଭୁବନେଶ୍ୱର/ଝାଡଖଣ୍ଡ, ୨୪/୯: ଝାଡଖଣ୍ଡରେ ଭୟଙ୍କର ଦୁର୍ଘଟଣା। କ୍ୟାବିନେଟ୍ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତୃଷା ସିଂହଙ୍କ ମୃତ୍ୟୁ। ଆଜି ଭୋର ୩ଟାରେ ଜାମସେଦପୁର ମେରାଇନ ଡ୍ରାଇଭ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଛି | ଟ୍ରକଟି ଖରାପ ହୋଇ ଡିଭାଇଡର ପାଖରେ ଠିଆ ହୋଇଥିବା ବେଳେ କାର ପଛପଟୁ ଆସି ଧକା ଦେଇଥିଲା | ଏହା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । କାରରେ ୪ ଜଣ ଥିବା ବେଳେ ସମସ୍ତେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ତୃଷା ସିଂହ, ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା, ବଂଶିକା ଖଣ୍ଡେଲୱାଲ
|

ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମନ୍ତ୍ରୀଙ୍କ ସମ୍ପର୍କୀୟ ଏବଂ କର୍ମୀମାନେ ଶୋକବ୍ୟକ୍ତ କରିଛନ୍ତି । ଏକ୍ସରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ୍ ଅସାରୀ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି । ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *