ଖୁଣ୍ଟା,୨୧/୯ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ସୁରୁକୁନା ଗ୍ରାମରେ ଗୋମାଂସ ଜବତ ହେବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ସୁରୁକୁନା ଗ୍ରାମକୁ ଦୁଇ ବ୍ୟକ୍ତି ବାଇକ୍ ଯୋଗେ ମାଂସ ବିକ୍ରି କରିବାକୁ ଆସିଥିଲେ।ଗାଁକୁ ପ୍ରବେଶ କରିଥିବାବେଳେ ଗନ୍ଧ ହେବାରୁ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିବାବେଳେ ସେମାନେ ଗୋ- ମାଂସ ଆଣିଥିବା ସ୍ୱୀକାର କରିଥିଲେ । ପରବର୍ତ୍ତି ସମୟରେ ଘଟଣା ସମ୍ପର୍କରେ ଗ୍ରାମବାସୀ ଖୁଣ୍ଟା ଥାନାକୁ ସୂଚନା ଦେଇଥିଲେ।
ଖବରପାଇ ଖୁଣ୍ଟା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଖା ମଧ୍ୟରେ ଥିବା ୧୦କେ.ଜି ମାଂସକୁ ଜବତ କରିବା ସହ ୨ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରିଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଜବତ ମାଂସ ଗୁଡ଼ିକର ଯାଞ୍ଚ କରାଯାଇଥିବାବେଳେ ତାହା ଗୋ- ମାଂସ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଗୋ ମାଂସ ଚାଲାଣରେ ଲିପ୍ତ ଥିବା ୨ଅଭିଯୁକ୍ତ ସାନବେଲାକୁଟୀ ଗ୍ରାମର ଦାସ ରଥି ମୁଖି ଏବଂ ବଡ଼ବେଲାକୁଟୀ ଗ୍ରାମର ମନୋଜ ମୁଖିଙ୍କୁ ଗିରଫ କରିବା ସହିତ ଏୁନେଇ ସ୍ଥାନୀୟ ଥାନାରେ କେସ ନମ୍ବର ୨୪୫ / ୨୬ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।













Leave a Reply