ଭୁବନେଶ୍ବର,୫/୬ : ସମସ୍ତଙ୍କୁ ମୋର ପ୍ରଣାମ । ଆଜି ୫ଜୁନ୍ ବିଶ୍ବ ପରିବେଶ ଦିବସ । ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଆଜି ପୁରା ଦୁନିଆ ବିଶ୍ବ ପରିବେଶ ପାଳନ କରୁଛି । ଆମ ପୁରାଣ କୁହେ ବୃକ୍ଷ ରଖତି, ରଖିତାହ ଅର୍ଥାତ ଯିଏ ଗଛକୁ ରକ୍ଷା କରେ ଗଛ ତାକୁ ରକ୍ଷା କରେ । ଓଡ଼ିଆରେ ଗୋଟେ କଥା ଅଛି କହିଲେ ହୁଏନି କରିବାକୁ ପଡ଼େ । ଏହି ପୃଥିବୀ ଆମ ଘର । ପୃଥିବୀ ବଞ୍ଚାଅ କହିବାଠାରୁ କରିବା ବଡ଼ କଥା । ଗୋଟେ ଗଛମାନେ ଗୋଟେ ଜୀବନ । ଗଛ ନ ଥିଲେ ପାଣି ନାହିଁ, ଅକ୍ସିଜେନ୍ ନାହିଁ, ଭବିଷ୍ୟତ ନାହିଁ ।
ବିଜ୍ଞାନ କହେ ଗୋଟେ ପ୍ରାପ୍ତ ବୟସ୍କ ଗଛ ପ୍ରତିଦିନ ୨୬୦ଟି ଲୋକଙ୍କୁ ଅମ୍ଳଜାନ ଦିଏ । ଆମେ ସେହି ଗଛକୁ କାଟିବା ଉଚିତ୍ ନୁହେଁ। ଗଛ ଥିଲେ ପରିବେଶ ସବୁଜିମାରେ ଭରପୁର ହୋଇଥାଏ । ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ଗଛ ଲଗାଇବା ଧର୍ମ, ନୁହେଁ କର୍ତ୍ତବ୍ୟ । ପରିବେଶ ବଞ୍ଚାଇବା ଦାନ ନୁହେଁ ଦାୟିତ୍ବ । ଗଛ ଲଗାଅ ପୃଥିବୀ ବଞ୍ଚାଅ ବୋଲି କହିଛନ୍ତି ବିଶିଷ୍ଟ ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର ।













Leave a Reply