ଭୁବନେଶ୍ବର, ୧୭/୯: ଇସ୍ତଫା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ୨୦୧୩ ବ୍ୟାଚ୍ ଆଇପିଏସ୍ ଥିଲେ । ସେ ସ୍ବଇଚ୍ଛାରେ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ଇସ୍ତଫା ଦେବା ନେଇ ସୁପାରିସ କରିଥିଲେ ।
ସୂଚନା ଥାଉକି, ୨୦୧୩ ବ୍ୟାଚ୍ ର IPS ସୂଚନା ଥାଉକି, ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କମିଶନରେଟ୍ ପୁଲିସ ଦୁର୍ନାମ ମୁଣ୍ଡାଇଥିବା ବେଳେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ମୀନାଙ୍କ ହଠାତ୍ ଇସ୍ତଫା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇସ୍ତଫା ଦେବା ପରେ ମୀନା କହିଥିଲେ ଯେ, ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛି । ରାଜ୍ୟବାସୀଙ୍କ ସେବା କରି ନିଜକୁ ସନ୍ତୁଷ୍ଟି ମନେ କରୁଛି । କାର୍ଯ୍ୟ ସମୟରେ ସେମିତି କୌଣସି ପ୍ରେସର୍ ନଥିଲା । ଓଡ଼ିଶାବାସୀଙ୍କ ସେବା କରି ମୁଁ ବହୁତ୍ ଖୁସି । ଓଡ଼ିଶାର ଲୋକ ବହୁତ୍ ଭଲ । ରାଜ୍ୟ ସରକାର ତାଙ୍କୁ ବିଶ୍ୱାସ କରି ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ପି ଭାବେ କାମ କରିଥିଲେ ।୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିଲେ । ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ । ଏବେ କେନ୍ଦ୍ର ସରକାର ଇସ୍ତଫାକୁ ଗ୍ରହଣ କରିଛନ୍ତି ।













Leave a Reply