ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ! 

ଭୁବନେଶ୍ୱର, ୧୪/୯: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ରାଜ୍ୟରେ ବର୍ଷା ଟିକେ କମିବା ପରେ ଆଉ ଏକ ଲଘୁଚାପ ମୁଣ୍ଡ ଟେକିଲାଣି । ସେପ୍ଟେମ୍ବର ୨୦ରୁ ୨୩ ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ, ପରେ ଏହା ଲଘୁଚାପର ରୂପ ନେଇପାରେ । ସମ୍ଭାବ୍ୟ ଲଘୁଚାପଟି ପ୍ରାୟ ୨୨ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିପାରେ। ଏହା କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ ସ୍ପଷ୍ଟ ହେଇନାହିଁ। ତେବେ ସିଷ୍ଟମ୍‌ଟି ଲଘୁଚାପରେ ପରିଣତ ହେଲେ ଓଡ଼ିଶାରେ ବର୍ଷା ବଢ଼ିପାରେ ।

ଏପଟେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗିଥିବା ବେଳେ, ଆସନ୍ତା ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇପାରେ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜକୁ ଭାରି ବର୍ଷା ପାଇଁ ହଳଦିଆ ସତର୍କତା ଜାରି ହୋଇଛି।

ତେବେ ନଜର ଏବେ ବଙ୍ଗୋପସାଗରର ସମ୍ଭାବ୍ୟ ନୂଆ ଲଘୁଚାପ ଉପରେ। ସିଷ୍ଟମ୍‌ ସୃଷ୍ଟି ହେବା ପରେ ହିଁ ଓଡ଼ିଶା ଉପରେ ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ। ଏହାସହ ୧୫ଟି ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଗତ ୨୪ ଘଣ୍ଟାରେ କନ୍ଧମାଳ, ପୁରୀ ଓ ଜଗତସିଂହପୁରର କିଛିସ୍ଥାନରେ ଭାରି ବର୍ଷା ହୋଇଛି। ଫୁଲବାଣୀରେ ସର୍ବାଧିକ ୧୦ ସେଣ୍ଟିମିଟର, କାକଟପୁରରେ ୯ ସେଣ୍ଟିମିଟର ଏବଂ ବାଲିକୁଦା ଓ ଫିରିଙ୍ଗିଆରେ ୭ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି।୨୦୨୬ ମସିହାର ମୌସୁମୀ ଋତୁରେ, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟଭାଗ ପର୍ୟ୍ୟନ୍ତ ବଙ୍ଗୋପସାଗର ଉପରେ ଏକାଧିକ ଲଘୁଚାପ ସୃଷ୍ଟି ହୋଇଛି। ଜୁଲାଇ ମାସରେ ୩ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ, ଅଗଷ୍ଟ ମାସରେ ୬ଟି ଲଘୁଚାପ ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *