ଭୁବନେଶ୍ୱର, ୧୪/୯: ସବୁ ଚର୍ଚ୍ଚା ଓ ତର୍କ ବିତର୍କରେ ପଡ଼ିଛି ପୂର୍ନେଛେଦ। ନନ୍ଦିଗ୍ରାମ ବିଧାନସଭା ଉପ-ନିର୍ବାଚନ ଲଢିବେନି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ଉପନିର୍ବାଚନ ହେବ। ତେବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଛାଡ଼ିବାରୁ ଏବଂ ଆମ ଜନତା ଉନ୍ନୟନ ପାର୍ଟି (ଏଜିୟୁପି) ପ୍ରତିଷ୍ଠାତା ହୁମାୟୁଂ କବୀର ଇସ୍ତଫା ଦେବାରୁ ରେଜିନଗର ଆସନ ଖାଲି ହୋଇଥିଲା।
ମମତାଙ୍କ ନେତୃତ୍ବାଧୀନ ଟିଏମସି ପକ୍ଷରୁ ନନ୍ଦିଗ୍ରାମରୁ ସଞ୍ଚିତା ପ୍ରଧାନ ଓ ରେଜିନଗର ପାଇଁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦୀର୍ଘ ବର୍ଷ ହେଲା ନନ୍ଦିଗ୍ରାମ ଟିଏମସି ଓ ବିଜେପିର ରାଜନୈତିକ ସଂଘର୍ଷର ପ୍ରମୁଖ କେନ୍ଦ୍ର ହୋଇ ରହିଛି। ଏହି କ୍ଷେତ୍ରରୁ ଭୂମି ଅଧିଗ୍ରହଣ ଆଇନକୁ ବିରୋଧ କରି ୨୦୦୭ରେ ମମତା କରିଥିବା ଆନ୍ଦୋଳନ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା।













Leave a Reply