ନୂଆଦିଲ୍ଲୀ,୧୨/୯: ଚଳଚଞ୍ଚଳ ହୋଇଛି ରାଜଧାନୀ ଦିଲ୍ଲୀ। ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ବିଶ୍ୱର ପ୍ରମୁଖ ନେତା ଙ୍କ ମେଳି ଜମିଥିବା ବେଳେ ଆଜି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଏକ ଅଭିଜାତ ହୋଟେଲରେ ଆୟୋଜିତ ହୋଇଥିଲା ଏହି ବୈଠକ। ପ୍ରାତଃଭୋଜନ ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ରହି ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ ଓ ଦ୍ୱିପାକ୍ଷିକ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା।
ଅନ୍ୟପକ୍ଷରେ, ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଣିଜ୍ୟ, ସେମିକଣ୍ଡକ୍ଟର, ଭିତ୍ତିଭୂମି, ପ୍ରତିରକ୍ଷା ଏବଂ ଅକ୍ଷୟ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଅଧିକ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଭାରତର ବୃଦ୍ଧିପାଉଥିବା ବଜାରରେ ମାଲେସିଆର ରପ୍ତାନି ଦ୍ରବ୍ୟର ପ୍ରବେଶକୁ ସହଜ କରିବା ପାଇଁ ମାଲେସିଆ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା ବେଳେ, ମୋଦୀ ଦୁଇ ଦେଶ ମଧ୍ୟରେ ଥିବା ସାମରିକ ଓ ଆନ୍ତଃ-ସମ୍ପର୍କକୁ ଆଉ ଏକ ନୂଆ ଉଚ୍ଚତାକୁ ନେବା ପାଇଁ ଆଶାପ୍ରକାଶ କରିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ମାଲେସିଆର କୋଟା କିନାବାଲୁଠାରେ ଏକ ଭାରତୀୟ ବାଣିଜ୍ୟ ଦୂତାବାସ ସ୍ଥାପନ ପାଇଁ ମାଲେସିଆ ସରକାର ସମ୍ମତି ପ୍ରକାଶ କରିଛନ୍ତି।













Leave a Reply