ନୂଆଦିଲ୍ଲୀ, ୧୨/୯: ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୬ ଜଣ ଆଖିବୁଜିଛନ୍ତି।
ତାମିଲନାଡୁର ତେନକାସୀ ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ସୂଚନାଯୋଗ୍ୟ, ମଦୁରାଇରୁ ସେନକୋଟ୍ଟାଇ ଯାଉଥିବା ଏକ ଘରୋଇ ବସ୍ ଏବଂ ତେନକାସୀରୁ କୋଭିଲପଟ୍ଟି ଅଭିମୁଖେ ଯାଉଥିବା ଅନ୍ୟ ଏକ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଚାଳକଙ୍କ ଦ୍ରୁତ ଗତି ଏବଂ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଆହତ ସମସ୍ତ ୨୮ ଜଣ ଯାତ୍ରୀ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଅନ୍ୟପଟେ ଏହି ଦୁର୍ଘଟଣା କୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।













Leave a Reply