ଭୁବନେଶ୍ବର: ୟୁନିଟ-୧ ହାଟ ଅଞ୍ଚଳରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି | ଯାହାକୁ ନେଇ ଏବେ ଆକ୍ସନ ମୋଡ୍ ରେ ଆସିଛି BMC ଓ BDA । ୟୁନିଟ-୧ ହାଟ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଦୋକାନୀ ଙ୍କୁ ଉଠାଇବା ନେଇ ଆରମ୍ଭ ହୋଇଯାଇଛି ଉଚ୍ଛେଦ ପକ୍ରିୟା । ଅମାନିଆ ଦୋକାନୀଙ୍କ ଦୋକାନ ଭାଙ୍ଗୁଛି ପ୍ରଶାସନ । ୟୁନିଟ ୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ପରେ ବଂଚ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |
ସୂଚନାଯୋଗ୍ୟ, ରାସ୍ତା କଡ଼ରେ ଥିବା ଦୋକାନୀଙ୍କୁ ଅନ୍ୟତ୍ର ଜାଗା ଦିଆଯାଇଥିବା ବେଳେ, ଜାଗା ନ ଛାଡ଼ିଥିବା ଦୋକାନୀଙ୍କ ଦୋକାନ ଉଚ୍ଛେଦ କରାଯାଉଛି । ଗତକାଲି ସମସ୍ତ ଦୋକାନୀଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । BMC ଓ BDAର ମିଳିତ ଟିମ୍ ଦୋକାନ ଭାଙ୍ଗୁଛନ୍ତି | ସେପଟେ ଯେପରି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି ହେବ ସେନେଇ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ କାଲି ନୋଟିସ ଦେଇ ଆଜି ହଠାତ୍ ଦୋକାନ ଭଙ୍ଗାଯାଉଥିବା ଅଭିଯୋଗ କରି ପ୍ରଶାସନ ଉପରେ ବର୍ଷିଛନ୍ତି ଦୋକାନୀ । ଉଚ୍ଛେଦକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ରହିଛି ପୋଲିସ ଫୋର୍ସ ।














Leave a Reply