ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହରେ ପ୍ରବୀଣ ଓ ନବୀନ ନୃତ୍ୟଶିଳ୍ପୀଙ୍କ ଶାସ୍ତ୍ରୀୟ ନୃତ୍ୟରେ ବିମୋହିତ ଦର୍ଶକ

ଭୁବନେଶ୍ୱର,୧୦/୯ : ଶ୍ରୀ ଜୟଦେବ ରାଷ୍ଟ୍ରିୟ ସମlରୋହ ଏବଂ ନବୀନ କଳାକlର ଜାତୀୟ ପ୍ରତିଭା ସନ୍ଧାନ କାର୍ଯ୍ୟକ୍ରମ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆରମ୍ଭ ହୋଇ ୯ ଓ ୧୦ ଦୁଇ ଦିନ ଧରି ଚାଲିବ l ଦେଶ ବିଦେଶର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଶ୍ରୀ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦର ତlଳେ ତlଳେ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ l

ପ୍ରଖ୍ୟାତ କବି ଓ ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ, ଦୁଷ୍ମନ୍ତ କୁମାର ସ୍ଵାଇଁ ବିଧାୟକ ଖଣ୍ଡପଡ଼ା, ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଡ଼. ଗଦାଧର ମହାପାତ୍ର, ସାମାଜିକ କର୍ମୀ ପ୍ରସନ୍ନ ବିଷୋୟୀ ଆଦି ଅତିଥି ଭାବେ ଯୋଗଦେଇ ଆୟୋଜକ ଜଗବନ୍ଧୁ ଜେନାଙ୍କ କଳା ସଂସ୍କୃତି ଓ଼ ଶାସ୍ତ୍ରୀୟ ନୃତ୍ୟ ତଥା ଜୟଦେବଙ୍କ ରଚନା ତଥା ଜଗନ୍ନାଥ ସଂସ୍କୃତିର ବିଶ୍ୱବିଦିତ ପାଇଁ ଏହି ଅନବଦ୍ୟ ପ୍ରୟାସ କୁ ପ୍ରଶଂସା କରିଥିଲେ l ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ କୁମାର ଭୀମସେନଙ୍କୁ (ଶ୍ରୀ ଜୟଦେବ ରାଷ୍ଟ୍ରୀୟ ଯୁବ ପୁରସ୍କର), ଚି଼ଙ୍ଗାଙ୍ଗବମ ବୈଷ୍ଠ ମୈତେଇ ମଣିପୁରୀ, ଇମ୍ଫାଲ (ଶ୍ରୀ ଜୟଦେବ ରାଷ୍ଟ୍ରୀୟ ଯୁବ ପୁରସ୍କାର,ଆସାମ ର ସତ୍ରୀୟ ନୃତ୍ୟଗୁରୁ ଅନିତା ଦେଉଈ (ପଦ୍ମାବତୀ ରାଷ୍ଟ୍ରିୟ ପୁରସ୍କର) ରେ ସମ୍ମାନିତ କରାଯାଇଥିଲା l

ସମ୍ବର୍ଦ୍ଧିତ ସମସ୍ତ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଶଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ l ପୂର୍ବାହ୍ନ ଅଧିବେଶନକୁ ଓଡ଼ିଶୀ ନୃତ୍ୟଗୁରୁ କ୍ଷଣପ୍ରଭା ପରିଡା, ଅଭିଭାବକ ମହାସଙ୍ଗ ସଭାପତି ବାସୁଦେବ ଭଟ୍ଟ, ଗୋବର୍ଦ୍ଧନ ପୀଠ ସଂଯୋଜକ ଶୁଭେନ୍ଦୁ ଓଡ଼ିଶୀ ସଂଗୀତ ଗୁରୁ ବିପିନ ବିହାରୀ ସ୍ୱାଇଂ,ଉପଦେଷ୍ଟା ପ୍ରସନ୍ନ ବିଷୋୟୀ  ପ୍ରଦୀପ ପ୍ରଜ୍ଜଳନ କରି ସମାରୋହ ର ଶୁଭ ଆରମ୍ବ କରିଥିଲେ l ପୂର୍ବାହ୍ନ ଅଧିବେଶନରେ “ନବୀନ କଳାକାର”ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ସମସ୍ତ ଶାସ୍ତ୍ରୀୟ ନୃତ୍ୟ ଶୈଳୀର ୧୦ ରୁ ୨୫ ବର୍ଷ ବୟସର ଉଦୀୟମାନ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲିକତା ର କୋୟାଲିଆ ଭଟ୍ଟାଚାର୍ଯ୍ୟ ଏବଂ ଓଡ଼ିଶୀ ନୃତ୍ୟଗୁରୁ ଅନ୍ନପୂର୍ଣ୍ଣା ମହାପାତ୍ର ବିଚାରକ ଭାବରେ ପ୍ରତିଭା ଚୟନ କରିଥିଲେ l ଦେବମିତା ସାହୁ, ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *