୮୦ ଦଶକର ଫ୍ରେମ୍‌ରେ ନିଜକୁ ଦେଖିବାକୁ ଚାହୁଁଛନ୍ତି ଯୁବପିଢ଼ୀ

ଭୁବନେଶ୍ବର,୯/୯ : ଯୁବପିଢ଼ୀ ନିଜର ଫଟୋକୁ ଦେଉଛନ୍ତି ୮୦ଦଶକର ଟଚ୍। ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ୮୦ଦଶକର ଟଚ୍ ମାନେ । ଆଜ୍ଞା କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଫଟୋ ତ ସମସ୍ତେ ଉଠାନ୍ତି… କିନ୍ତୁ ଏବେ ଫଟୋ ଉଠାଇବାର ଟ୍ରେଣ୍ଡ ଟିକେ ପୁରୁଣା ଷ୍ଟାଇଲ୍‌ରେ । ଯୁବପିଢ଼ୀଙ୍କୁ ଏବେ ଘାରିଛି ୮୦ଦଶକର ଫଟୋର କ୍ରେଜ୍। ଆଉ ଏଥିପାଇଁ କ୍ୟାମେରା ନୁହେଁ, ସାହାଯ୍ୟ ନିଆଯାଉଛି AIର। ଆପଣଙ୍କ ଆଜିର ଫଟୋକୁ AI କରିଦେଉଛି ୮୦ ଦଶକର ଲୁକ୍। ତେବେ କ’ଣ ରହିଛି ଏହି ନୂଆ ଟ୍ରେଣ୍ଡ ପଛର କାହାଣୀ?

ଟ୍ରେଣ୍ଡରେ ରହିଛି ‘ରେଟ୍ରୋ ଫଟୋ’। ଏ ସବୁ ସମ୍ଭବ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଜରିଆରେ। AIକୁ ଏକ ସରଳ ନିର୍ଦ୍ଦେଶ ଦେଲେ ହେଲା। ନିଜର ସାଧାରଣ ଫଟୋକୁ AI ଟୁଲ୍‌ରେ ଦେଇ ତାହାକୁ ୮୦ ଦଶକର ଷ୍ଟାଇଲ୍‌ରେ ପରିବର୍ତ୍ତନ କରିହେଉଛି । କାହାର ଫଟୋରେ ଆସୁଛି ପୁରୁଣା ସିନେମାର ହିରୋ-ହିରୋଇନ୍ ଭଳି ଲୁକ୍, ତ ଆଉ କାହା ଫଟୋରେ ଦେଖିବାକୁ ମିଳୁଛି ସେହି ସମୟର ଫ୍ୟାଶନ୍ ଓ ଷ୍ଟାଇଲ୍ । ସମୟ ବଦଳିଛି, ଟେକ୍ନୋଲୋଜି ବଦଳିଛି । କିନ୍ତୁ ପୁରୁଣା ଦିନର ସ୍ମୃତି ପ୍ରତି ଆକର୍ଷଣ ଏବେ ବି ସେମିତି ରହିଛି । ଆଉ ସେହି ନଷ୍ଟାଲଜିଆକୁ ଏବେ ନୂଆ ରୂପ ଦେଉଛି AI। ତେଣୁ ଆଜିର ଯୁବପିଢ଼ୀ ନିଜକୁ ଦେଖିବାକୁ ଚାହୁଁଛନ୍ତି ୮୦ ଦଶକର ଫ୍ରେମ୍‌ରେ ।

ତେବେ ଏହା କେବଳ ଏକ ଫଟୋ ଟ୍ରେଣ୍ଡ ନୁହେଁ। ଏହା ହେଉଛି ପୁରୁଣା ଦିନର ସ୍ମୃତିକୁ ନୂଆ ଟେକ୍ନୋଲୋଜିରେ ଅନୁଭବ କରିବାର ଏକ ନୂଆ ଉପାୟ। ୮୦ ଦଶକକୁ ଦେଖି ନ ଥିବା ପିଢ଼ୀ ମଧ୍ୟ AI ମାଧ୍ୟମରେ ସେହି ସମୟର ଫ୍ୟାଶନ୍ ଓ ଷ୍ଟାଇଲ୍‌କୁ ଅନୁଭବ କରୁଛି । ଅର୍ଥାତ୍… ଟେକ୍ନୋଲୋଜି ଆମକୁ ଭବିଷ୍ୟତ ଦେଖାଉଛି, ଆଉ AI ଆମକୁ ଅତୀତକୁ ମଧ୍ୟ ନେଇଯାଉଛି। ୮୦ ଦଶକର ସେହି ରେଟ୍ରୋ ଫିଲ୍… ଆଉ ଆଜିର AI ଟେକ୍ନୋଲୋଜି । ଦୁଇ ପିଢ଼ୀର ଏହି ମିଶ୍ରଣ ଏବେ ସୋସିଆଲ୍ ମିଡିଆରେ ଯୁବପିଢ଼ୀଙ୍କ ନୂଆ କ୍ରେଜ୍। ତେବେ ଆପଣ ନିଜର ଫଟୋକୁ ୮୦ ଦଶକର ଲୁକ୍ ଦେଇଛନ୍ତି କି ?

Leave a Reply

Your email address will not be published. Required fields are marked *