ଆବୁଧାବିରେ IBPG ସହ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ଆଲୋଚନା

ଆବୁଧାବି/ଭୁବନେଶ୍ୱର,୯/୯ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ଙ୍କ ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଛନ୍ତି।

ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ଏବଂ ଦକ୍ଷ ମାନବ ସମ୍ବଳ ନିମନ୍ତେ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରୁଚି, ଫାର୍ମ ବି, ବି ୱାନ , ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନୀ ଯୋଗଦେଇଥିଲେ । ଏଥିରେ IBPG ସଭାପତି ରାଜୀବ ଶାହା ମଧ୍ୟ ଉପସ୍ଥିତ ଥିଲେ.।

Leave a Reply

Your email address will not be published. Required fields are marked *