ଭୁବନେଶ୍ବର,୯/୯ : ଶଗୁନ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଟାଇଟଲ ଘୋଷଣା ହୋଇଛି l ଭୁବନେଶ୍ୱର ଉପକଣ୍ଠ ଏକ ତାରକା ହୋଟେଲରେ ମହାଡ଼ମ୍ବରରେ ଟାଇଟଲ ଘୋଷଣା ଅବସରରେ ଫିଲ୍ମର ସମସ୍ତ କ୍ରିୟୁ ମେମ୍ବର ଏବଂ ଗଣମାଧ୍ୟମ ବନ୍ଧୁ ଯୋଗଦେଇଥିଲେ l ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକଙ୍କ ଭିନ୍ନ ଏକ ପରିକଳ୍ପନା ଜଙ୍ଖ l ଅନେକ ମୌଳିକ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଧାରା ଚାଲିଥିବାବେଳେ ପ୍ରଯୋଜକ ଶୁଭ୍ରଜିତ ଜେନା ମଧ୍ୟ ସେହିଭଳି ପରିକଳ୍ପନା କରିଛନ୍ତି l ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରଜିତ ଜେନା ଏବଂ ରାହୁଲ ରାୟ l
ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ବହୁ ଅଭିଜ୍ଞ ସିଦ୍ଧାର୍ଥ ଗୌତମ l ବିଶ୍ୱଜିତ କୁଲଡି (ଡିଓପି) ଦାୟିତ୍ୱ ନେଇଛନ୍ତି l ପ୍ରଚାର ଓ ପ୍ରସାରରେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ରହିଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସମ୍ବିତ କୁମାର ମହାନ୍ତି, ମହାଦେବ ରାଉତ ଏବଂ ମ୍ରିନ୍ମୟ ଏମଏସ l କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ୍ ପ୍ରଧାନ, ସୌରଭ ଭରଦ୍ୱାଜ, ଗୌରବ ଆନନ୍ଦ ଏବଂ ମ୍ରିନ୍ମୟ ଏମ୍.ଏସ୍ l ଅନେକ ଯୁବ ଅଭିଜ୍ଞ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ଏସଡି ମଣ୍ଡଳ, ପାର୍ଥ ସାରଥୀ ରାୟ, ବିଶ୍ଵରୂପା ରାଉତ, ଜଗନ୍ନାଥ ସେଠ, ଉମାକାନ୍ତଙ୍କ ଭଳି ଆହୁରି ଅନେକ କଳାକାର l
ତେବେ ଜଙ୍ଖ ବିଷୟରେ ଅନେକ ଆଈ ମା’ କାହାଣୀ ବା ଲୋକକଥା ଭାବନ୍ତି ତ କେହି ପୌରାଣିକ କଥା ବସ୍ତୁ ଭାବିଥାନ୍ତି l ଏହି କାହାଣୀକୁ ଦୀର୍ଘ ଦୁଇ ବର୍ଷ ଧରି ଗବେଷଣା କରିଛନ୍ତି ସିଦ୍ଧାର୍ଥ ଗୌତମ l ଏଥିରେ ଆମ ଜଗନ୍ନାଥ ସଂସ୍କୃତିର କଥା ରହିଛି, ଆମ ରାଜା ରାଜୁଡା ସମୟର କଥା ରହିଛି l ଖୁବଶୀଘ୍ର ସୁଟିଂ ଫ୍ଲୋରକୁ ଯିବ ଏବଂ ଏହା ଆସନ୍ତା ୨୦୨୭ରେ ନୂଆ ବର୍ଷ ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି l













Leave a Reply