ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାରଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ବିଷାକ୍ତ ମଦ ଯୋଗୁଁ ହୋଇଥିବା ମୃତ୍ୟୁ, ପାଇଁ ନିରପେକ୍ଷ ତଦନ୍ତ ଏବଂ ଉତ୍ତରଦାୟିତ୍ୱ ଦାବି କରିଛନ୍ତି। ଏଥିସହ “ଭାରତର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ଥିବା ମଧ୍ୟପ୍ରଦେଶ ରାଜ୍ୟରେ ଶାସନ ବୋଲି କହିଛନ୍ତି | ମଧ୍ୟପ୍ରଦେଶରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ଯାଇଛି।
ଜଳ, ବାୟୁ ଓ ମଦ ବିଷାକ୍ତ ପାଲଟି ଯାଇଛି। ନୂଆ ଆଇନ ଅଣାଯାଉଛି, ମାତ୍ର କିଛି ଅଘଟଣ ଘଟିଲା ବେଳକୁ ତାହାକୁ ଅକାମୀ କରିଦିଆଯାଉଛି। ବିଷାକ୍ତ ମଦ ସାଗରରେ ଅନେକ ଲୋକଙ୍କ ଜୀବନ ନେଇ ପରିବାର ସଦସ୍ୟଙ୍କୁ ଦାରୁଣ ଦୁଃଖ ଦେଇଛି। ମାତ୍ର ଏହା ପରେ କ’ଣ ହେବ ତାହା ରାଜ୍ୟବାସୀ ଜାଣିଛନ୍ତି।
କିଛି ଗିରଫ, କିଛି ଅଧିକାରୀ ନିଲମ୍ବିତ ହେବେ ଓ ତଦନ୍ତ ନିର୍ଦେଶ ଦିଆଯିବ। ତେବେ ପ୍ରଥମ ଥର ପାଇଁ ରାଜ୍ୟରେ ଏପରି ହେଉନାହିଁ ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ ଯେ ସାଗର ଜିଲାରେ ବିଷାକ୍ତ ମଦ ପିଇ ଏ ପର୍ଯ୍ୟନ୍ତ ୨୨ ଜଣଙ୍କ ଜୀବନ ଗଲାଣି। ୧୨୦ରୁ ଅଧିକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ମାମଲାରେ ଏସଡିଏମ ଆରତି ଯାଦବ ଓ ଏସଡିଓପି ପ୍ରଦୀପ ବାଲ୍ମିକୀଙ୍କୁ ହଟାଇ ଦିଆଯାଇଛି। ମଦ ମୃତ୍ୟୁ ପଛରେ ବମ୍ବଇଆ ହ୍ବିସ୍କି ଓ ସାଗର ଗୋଲ୍ଡ ନାମକ ଦୁଇଟି ବ୍ରାଣ୍ଡ ସାମନାକୁ ଆସିଛି। ଏହାକୁ ନେଇ ସରକାରୀ ଲାଇସେନ୍ସ ପାଇଥିବା ଦୁଇ ଠିକାଦାର ସମେତ ୩୦ ଜଣଙ୍କୁ ଅଭିଯୁକ୍ତ କରାଯାଇଛି।













Leave a Reply