ନନ୍ଦନକାନନରେ ପହଁଚିଲେ ନୂଆ ଅତିଥି : ଖୁବଶୀଘ୍ର ଓରାଙ୍ଗଉଟାନ୍ ଦେଖିବେ ପ୍ରଯ୍ୟଟକ

ଭୁବନେଶ୍ୱର, ୯/୯ : ପ୍ରଯ୍ୟଟକ ଙ୍କ ପାଇଁ ଖୁସି ଖବର | ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ୍‌ ଏବେ ନନ୍ଦନକାନନରେ ପହଞ୍ଚିଛନ୍ତି । ଖୁବଶୀଘ୍ର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଓ ଏକ ମାସ ସଂଗରୋଧରେ ରହିବେ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି

ସୂଚନାଯୋଗ୍ୟ , ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହୋଇଥିଲା | ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଘଟଣାର ତଦନ୍ତ ବନ ବିଭାଗ ପକ୍ଷରୁ କରାଯିବ। ଏଥିସହ ପୋଲିସକୁ ମଧ୍ୟ ତଦନ୍ତ ପାଇଁ କୁହାଯାଇଛି। ଓରାଙ୍ଗଉଟାନଗୁଡ଼ିକ କେଉଁଠାରୁ ଆସିଲେ, କିଏ ଆଣିଥିଲା ଏବଂ ଏହା ପଛରେ କୌଣସି ଆନ୍ତର୍ଜାତୀୟ ଚୋରାଚାଲାଣ ରାକେଟ୍‌ର ସମ୍ପୃକ୍ତି ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଏପଟେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ କ୍ବାରେଣ୍ଟାଇନ୍‌ରେ ରଖାଯିବ। ସେମାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ଏକ ଟିମ୍‌ ଭୋଗରାଇ ଅଭିମୁଖେ ବାହାରି ଥିଲେ |

Leave a Reply

Your email address will not be published. Required fields are marked *