ଭୁବନେଶ୍ୱର: ୮/୯: ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ବିଭାଗର ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬କୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍।ବିଦ୍ୟୁତ, ଶିକ୍ଷା, ନିଯୁକ୍ତି ଓ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଏହା ସହ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି।
ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା (OSCS) କ୍ୟାଡରର ପୁନର୍ଗଠନ ପରେ ମୋଟ ଅନୁମୋଦିତ ପଦସଂଖ୍ୟା ୩୧୯ରେ ଅପରିବର୍ତ୍ତିତ ସହ ବରିଷ୍ଠ ସ୍ତରରେ ୨ଟି ଅତିରିକ୍ତ ନିର୍ଦ୍ଦେଶକ ଓ ୬ଟି ଯୁଗ୍ମ ନିର୍ଦ୍ଦେଶକ ପଦ ସୃଷ୍ଟି ହେବ ଏବଂ ଉପନିର୍ଦ୍ଦେଶକ ପଦ ୨୯ରୁ ୩୨କୁ ବୃଦ୍ଧି ପାଇବ।
ଏନେଇ କ୍ୟାବିନେଟ୍ରେ ମୋହର ବାଜିଛି। ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଗଭୀର ନଳକୂପ ସ୍ଥାପନ ସହ ୭.୫ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି ପାଇଁ ୮,୬୫୩.୦୪ କୋଟି ବ୍ୟୟବରାଦ ସହ ‘ଓଡ଼ିଶାର ଜଳସେଚନ ପ୍ରକଳ୍ପଗୁଡ଼ିକରେ ପର୍ଯ୍ୟଟନ ସୁବିଧାର ବିକାଶ (ବୋଇତ)’କୁ ଅନୁମୋଦନ ମିଳିଛି। ଓଡ଼ିଶା କୃଷି ସେବା କ୍ୟାଡର ପୁନର୍ଗଠନରେ ବିଭିନ୍ନ ପଦୋନ୍ନତିସ୍ତରରେ ପଦବୀ ବୃଦ୍ଧି, ‘ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଏହା ସହ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ର କାର୍ଯ୍ୟକାରିତାକୁ ମଞ୍ଜୁରୀ ମିଳିଛି। ସଂଶୋଧିତ ‘ବସୁଧା’ ଯୋଜନାରେ ୨୦୨୬-୨୭ରୁ ୨୦୨୮-୨୯ ପର୍ଯ୍ୟନ୍ତ ୫,୦୪୫ କୋଟି ଟଙ୍କା ରାଜ୍ୟ ପାଣ୍ଠି ବ୍ୟୟ ହେବ। ଭବାନୀପାଟଣାମୁନିଗୁଡ଼ା ରାସ୍ତାକୁ ୨ ଲେନ୍କୁ ୪ ଲେନ୍ କରିବାକୁ ୧୯୬.୧୮ କୋଟି ପ୍ରକଳ୍ପକୁ ଅନୁମୋଦନ । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ, ୨୦୨୫ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି।
ଏହି ଯୋଜନା ଅଧୀନରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାନ କରାଗଲେ ସରକାର ତାହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଭାବେ ଦେବେ। ଅର୍ଥାତ୍, ଦାତା ୧ ଟଙ୍କା ଦାନ କଲେ ସରକାର ୨ ଟଙ୍କା ଦେବ। ତେବେ ସରକାରୀ ମ୍ୟାଚିଂ ଗ୍ରାଣ୍ଟର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନାରେ ୫ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ସରକାରୀ ଚାକିରି ଆଶାୟୀ ଯୁବକଯୁବତୀ ଏଣିକି ବିଭିନ୍ନ ପରୀକ୍ଷା ପାଇଁ ଆଉ ବର୍ଷବର୍ଷ ଧରି ଅପେକ୍ଷା କରିବେ ନାହିଁ। ଗୋଟିଏ କମ୍ବାଇନଡ୍ ପରୀକ୍ଷା ମାଧ୍ୟମରେ ଚାକିରି କରିବାର ସୁଯୋଗ ପାଇପାରିବେ। ସେହିପରି ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଯଦି କୌଣସି କାରଣରୁ ନିଜର ପେନସନ୍ ପାଇବାରେ ବର୍ଷେରୁ ଅଧିକ ବିଳମ୍ବ ହୁଏ ତା’ହେଲେ ସରକାର ତାଙ୍କୁ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ।













Leave a Reply