ପୁଣି ଚର୍ଚ୍ଚାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ଅଭିସାର ‘ଏକ ପ୍ରେମ କାହାଣୀ’ ; ମଞ୍ଜରୀ ଦେବୀ ନର୍ସିଂ କଲେଜ୍ କିନ୍ନରଙ୍କୁ ମାଗଣା ଶିକ୍ଷାଦାନ ପାଇଁ କଲା ଘୋଷଣା

ଭୁବନେଶ୍ବର,୩୧/୮ : ଫ୍ୟୁଜନ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଅଭିସାର ‘ଏକ ପ୍ରେମ କାହାଣୀ’ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି l ଏହି ଚଳଚ୍ଚିତ୍ରରେ ପ୍ରଯୋଜନା ସଂସ୍ଥା ପ୍ରଥମ ଥର ପାଇଁ ଜଣେ କିନ୍ନରଙ୍କୁ ନାୟିକା ଭୂମିକାରେଚୟନ କରିବାର ପଦକ୍ଷେପରେ ଅନୁପ୍ରାଣିତ ହୋଇ ମଞ୍ଜରୀ ଦେବୀ ନର୍ସିଙ୍ଗ୍ କଲେଜରେ କିନ୍ନରମାନଙ୍କ ପାଇଁ ଦେୟମୁକ୍ତ ଶିକ୍ଷା ପ୍ରଦାନ କରିବା ପାଇଁ କଲେଜର ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ଏବଂ ଉପାଧ୍ୟକ୍ଷା ଜୋସ୍ନା ଦାସ ଘୋଷଣା କରିଛନ୍ତି l ଏହା ସମାଜ ପାଇଁ ଏକ ବିରଳ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି l ଫିଲ୍ମ ପ୍ରମୋସନ୍ ଅବସରରେ ଚଳଚ୍ଚିତ୍ରର ପୁରା ଟିମ୍ କଲେଜର ପରିସରରେ ପହଞ୍ଚି, କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ଚଳଚ୍ଚିତ୍ରର ଅଡିଓ ଭିଡିଓ ଦେଖି ଥିଲେ l ସମସ୍ତେ ବହୁତ ଭଲ ପାଇବା ଦେବା ସହିତ କିନ୍ନର ମାନଙ୍କୁ ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖୁଥିବା ବ୍ୟକ୍ତିମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଅଭିସାର ପରିବାର ଏକ ପ୍ରୟାସ କରିଥିବାରୁ ପ୍ରଶଂସା କରିଥିଲେ l ମଞ୍ଜରୀ ଦେବୀ କଲେଜ କିନ୍ନର ମାନଙ୍କ ପାଇଁ ଦେୟମୁକ୍ତ ଶିକ୍ଷା ପ୍ରଦାନ ଘୋଷଣା କରିଥିବାରୁ ସିନେମା ନିର୍ଦ୍ଦେଶକ ରଞ୍ଜିତ ମହାନ୍ତି ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି l

ତେବେ ଫ୍ୟୂଜନ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା କରିଛନ୍ତି ଲଷ୍ମୀପ୍ରିୟା ମହାନ୍ତି ଏବଂ ବିଜୟ କେତନ ମିଶ୍ର l ସିନେମାରେ ନାୟକ ଭୂମିକାରେ ରୁଦ୍ର ପ୍ରତାପ, ନାୟିକା ଭୂମିକାରେ କିନ୍ନର ଭୂମି ଥିବା ବେଳେ ସ୍ୱାତି, ସିଦ୍ଧେଶ୍ୱର, ସନ୍ତୋଷ, ଆର୍ଯ୍ୟ, ଶାନ୍ତି, ବାବୁ, କାର୍ତ୍ତିକ, ଶିବାଜୀ ରାଜା ଆଦି କଳାକାର ଅଭିନୟ କରିଛନ୍ତି l ଚିତ୍ରତ୍ତୋଳନରେ ପ୍ରସନ୍ନ କୁମାର ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୁତି ଭୂଷଣ ଗଡ଼ନାୟକ l ପ୍ରଚାର ଓ ପ୍ରସାର ମୁଖ୍ୟ ଅଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ l ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ର ସମାଜ ପାଇଁ ଅନେକ ବାର୍ତ୍ତା ନେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ରହିଛି l

Leave a Reply

Your email address will not be published. Required fields are marked *