ଖୁଣ୍ଟା,୨୫/୮ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ଭୋଳାଗଡ଼ିଆ- ଖୁଣ୍ଟା ରାସ୍ତାରୁ ଜଣେ ଅଳଙ୍କାର ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଲ ଦୁର୍ବୃତ୍ତ । ବଡ଼ଖୁଣ୍ଟା ଗ୍ରାମର ଅଳଙ୍କାର ବ୍ୟବସାୟୀ ମହିର ରଣା ଭୋଳାଗଡ଼ିଆ ସାପ୍ତାହିକ ହାଟକୁ ସ୍ଵର୍ଣ୍ଣ ଅଳଙ୍କାର ବ୍ୟବସାୟ କରି ସଂଧ୍ୟା ପ୍ରାୟ ୬ଟା ସମୟରେ ଘର ଅଭିମୁଖେ ବାଇକ ଯୋଗେ ଫେରୁଥିବାବେଳେ ଭୋଳାଗଡ଼ିଆ -ଖୁଣ୍ଟା ରାସ୍ତାର ଶନି ମନ୍ଦିର ଛକ ନିକଟରେ ୨ଗୋଟି ବାଇକ ଯୋଗେ ୪ଜଣ ଅଚିହ୍ନା ବ୍ୟକ୍ତି ହାତରେ ପାଇପ୍ ଧରି ରାସ୍ତା ଉପରେ ଛିଡ଼ା ହୋଇ ମହିରଙ୍କୁ ଅଟକାଇବା ପାଇଁ ଚ଼େଷ୍ଟା କରିଥିଲେ।
ବିପଦ ଥିବାର ଜାଣି ମିହିର ଅନ୍ୟ ରାସ୍ତା ଦେଇ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଲୁଟେରା ମାନାଙ୍କ ହାତରେ ଥିବା ପାଇପ୍ ସାହାଯ୍ୟରେ ମହିରଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମହିର ତଳେ ପଡ଼ିଯାଇଥିବାବେଳେ ଲୁଟେରାମାନେ ତା’ଙ୍କ ନିକଟରେ ଥିବା ଅଳଙ୍କାର ବ୍ୟାଗ୍ ଟିକୁ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଲୁଟେରାମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଲୁଟେରାମାନେ ମହିରଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି ।












Leave a Reply