ଭୁବନେଶ୍ବର,୧୫/୮ : ସିନେ ପ୍ରଯୋଜକ ଅତିଶ କୁମାର ରାଉତ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି , ଯେଉଁ ମାଟି ପାଇଁ ଅସଂଖ୍ୟ ବୀର ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ସେହି ମାଟିର ସନ୍ତାନ ହେବା ଆମର ଗର୍ବ। ସେମାନଙ୍କ ବଳିଦାନକୁ ମନେ ରଖି ଦେଶର ଏକତା ଓ ଅଖଣ୍ଡତା ପାଇଁ ସଦା ଏକଜୁଟ ହୋଇ ରହିବା।
ନିଜ କର୍ତ୍ତବ୍ୟକୁ ସଚ୍ଚୋଟତାର ସହ ପାଳନ କରିବା ହିଁ ଦେଶ ପ୍ରତି ଆମର ପ୍ରକୃତ ସମ୍ମାନ। ଆସନ୍ତୁ, ଆମ ଭାରତକୁ ଆହୁରି ଗୌରବମୟ କରିବାର ସଂକଳ୍ପ ନେବା। ବନ୍ଦେ ମାତରମ୍! ଜୟ ହିନ୍ଦ!













Leave a Reply