ଆମ ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା କୋଟି କୋଟି ଭାରତୀୟଙ୍କ ଗର୍ବ ଓ ଆତ୍ମସମ୍ମାନର ପ୍ରତୀକ : ଦେବସ୍ମିତା ମହାନ୍ତି

ଭୁବନେଶ୍ବର,୧୫/୮ : ବିଜେପି ସଭାନେତ୍ରୀ ଦେବସ୍ମିତା ମହାନ୍ତି ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆମ ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା କୋଟି କୋଟି ଭାରତୀୟଙ୍କ ଗର୍ବ ଓ ଆତ୍ମସମ୍ମାନର ପ୍ରତୀକ। ଏହାର ମର୍ଯ୍ୟାଦା ରକ୍ଷା କରିବା ସହ ଦେଶର ଉନ୍ନତି ପାଇଁ ଆମେ ସମସ୍ତେ ନିଜର ଶ୍ରେଷ୍ଠ ଅବଦାନ ଦେବା।  ସ୍ୱାଧୀନତା ସଂଗ୍ରାମୀଙ୍କ ଆଦର୍ଶ ଆମ ଜୀବନର ପଥପ୍ରଦର୍ଶକ ହେଉ।ଆସନ୍ତୁ, ଏକତା ଓ ଦେଶପ୍ରେମର ଶପଥ ନେଇ ନୂଆ ଭାରତ ଗଢ଼ିବା। ଶୁଭ ସ୍ୱାଧୀନତା ଦିବସ। ଜୟ ହିନ୍ଦ, ଜୟ ଭାରତ!

Leave a Reply

Your email address will not be published. Required fields are marked *