କାଲିମେଳା ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ବର,୯/୮ : ଧରାପଡ଼ିଲେ ଗଞ୍ଜେଇ ଚୋରା ଚାଲାଣକାରୀ । କାଲିମେଳା ଥାନା ପୋଲିସ ପକ୍ଷରୁ ୩୨୦କିଲୋ ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଚାଲାଣରେ ବ୍ୟବହୃତ ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେମାନେ ହେଲେ ଏମ୍‌ଭି ୭୨ଗାଁର ରାମକୃଷ୍ଣ ଦାସ ଏବଂ ଏମ୍‌ଭି ୭୧ ଗାଁର ବବୁଲୁ ଦତ୍ତ । ଦୁଇ ଯୁବକ କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ କାରବାର କରୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା । ଜରି ବସ୍ତାରେ ହୋଇଥିବା ଗଞ୍ଜେଇ, ପିକ୍‌ଅପ ଗାଡିକୁ ପୁଲିସ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ଵାଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *