ଭୁବନେଶ୍ବର,୩୧/୭ : ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡ଼ିଆରେ କହିଛନ୍ତି, ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ସହାୟତା ପହଞ୍ଚାଯାଉଛି । ପ୍ରଭାବିତଙ୍କୁ ନିରାପଦ ସ୍ଥାନକୁ ଆଣି ରିଲିଫ୍ କ୍ୟାମ୍ପ ଗୁଡ଼ିକରେ ତୁରନ୍ତ ଗରମ ରନ୍ଧା ଖାଦ୍ୟ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି ଏବଂ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏହି ସଙ୍କଟଜନକ ସମୟରେ ଆପଣଙ୍କ ସୁରକ୍ଷା ଓ କଲ୍ୟାଣ ଆମର ପ୍ରୟାସ ।













Leave a Reply