ଭୁବନେଶ୍ବର,୨୭/୭ : ଆଜି ଶ୍ରୀଜିଉଙ୍କ ନିଳାଦ୍ରି ବିଜେ । କହିବାକୁ ଗଲେ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ । ସରକାରୀ ସ୍ତରରେ ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ଜୋରଦାର କରାଯାଇଥିଲା । ଏହାପରେ ବି ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଥିଲା। ରଥ ଉପରେ ଅଣ ସେବାୟତ ହୁଅନ୍ତୁ କିମ୍ବା ଦଳାଚକଟାରେ ମୃତ୍ୟୁ ଏବଂ ଆହତ । ସବୁ ପରେ ବି ଅଧରପଣା ନୀତି ବେଳେ ଦେଖିବାକୁ ମିଳିଛି ବ୍ୟାପକ ତ୍ରୁଟି ।
ତାଳଧ୍ବଜ ରଥ ଉପରୁ ଆସିଛି ଏହି ଚିତ୍ର । ଯାହା ସମସ୍ତଙ୍କ ମନରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଭଳି ଭାବେ ଏତେ ସବୁ ତ୍ରୁଟି ହେଉଛି । ସରକାରୀସ୍ତରରେ ବ୍ୟାପକ ପ୍ରସ୍ତୁତି ପରେ କେଉଁଠି ରହୁଛି ତ୍ରୁଟି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲୀ ତାଳଧ୍ବଜ ରଥ ଉପରେ ଅଧରପଣା ନୀତି ସମ୍ପର୍ଣ୍ଣ ହେଉଥିବାବେଳେ ଏହି ଚିତ୍ର ସାମ୍ନାକୁଆସିଛି । ଯାହା ଏବେ ପ୍ରଶାସନକୁ କାଠଗଡ଼ାରେ ଠିଆ କରିଛି ।
ସୂଚନା ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ, ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା ରହିବ । ରଥ ଉପରେ ଅନଧିକୃତ ବ୍ୟକ୍ତି କିମ୍ବା ଅଣସେବାୟତ ଚଢିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବଡ଼ଦାଣ୍ଡରେ ରଥ ରହିଲେ ରଥକୁ ସଙ୍ଗେ ସଙ୍ଗେ କର୍ଡନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ । ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି କରାଯିବା ପାଇଁ ଚେଷ୍ଟା କରାଯିବ ।













Leave a Reply