ଭୁବନେଶ୍ବର,୨୭/୭ : ଜାତୀୟ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ। ଓଡ଼ିଶା ପାଇଁ ଆଣିଲେ ଗର୍ବ ଓ ଗୌରବ। ‘ଇଣ୍ଡିଆନ୍ ଆଇଡଲ ସିଜିନ ୧୬’ ଟାଇଟଲ ଜିଣିଲେ ଜ୍ୟୋତିର୍ମୟୀ ନାୟକ। ୨୪ ବର୍ଷୀୟା ଜ୍ୟୋତିର୍ମୟୀ ଜାତୀୟ ସ୍ତରରେ ସଙ୍ଗୀତର ମହାମୁକାବିଲାରେ ୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ଗୌରବ ହାସଲ କରିଛନ୍ତି। ଏଥିସହ ଜବଲପୁରର ତନିଷ୍କ ଶୁକ୍ଳା ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଅଧିକ ଜନସମର୍ଥନ ଓ ଭୋଟ ଆଧାରରେ ଜ୍ୟୋତିର୍ମୟୀ ଏହି ଟାଇଟଲ ଜିତି ବିଜୟ ମୁକୁଟ ପିନ୍ଧିଛନ୍ତି। ଜ୍ୟୋତିର୍ମୟୀ ସଙ୍ଗୀତ ସାଧନା ସହିତ ବୃତ୍ତି ଭାବେ ତାଙ୍କ ସଙ୍ଗୀତ (ମ୍ୟୁଜିକ ଥେରାପି)ମାଧ୍ୟମରେ କର୍କଟ ରୋଗୀଙ୍କ ଚିକିତ୍ସା କରିଥାନ୍ତି।
ଟ୍ରଫି ଓ ୨୦ ଲକ୍ଷ ଟଙ୍କାର ପୁରସ୍କାର ପାଇବା ପରେ ସେ ତାଙ୍କର ବିଜୟର ଶ୍ରେୟ ସଂଗୀତ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ଦେଇଛନ୍ତି। ଇଣ୍ଡିଆନ୍ ଆଇଡଲ୍ର ୧୬ତମ ସିଜିନ୍ର ବିଚାରକ ଥିଲେ ଶ୍ରେୟା ଘୋଷାଲ୍, ବିଶାଲ୍ ଦଦଲାନି ଏବଂ ବାଦଶା।













Leave a Reply