ରାଜ୍ୟର ସମୃଦ୍ଧି ଓ ଦେଶର ବିକାଶ ଆମ ସମସ୍ତଙ୍କ ଏକମାତ୍ର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୫/୮ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆମ ଦେଶର ପ୍ରତ୍ୟେକ ନାଗରିକ ମହାନ୍ ଭାରତୀୟ ମୌଳିକ ମୂଲ୍ୟବୋଧର ଆଦର୍ଶରେ ଅନୁପ୍ରାଣିତ । ସେହି ମୂଲ୍ୟବୋଧ ଆମକୁ ରାଷ୍ଟ୍ର ନିର୍ମାଣ ପାଇଁ ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଚାଲିଛି। ରାଜ୍ୟର ସମୃଦ୍ଧି ଓ ଦେଶର ବିକାଶ ଆମ ସମସ୍ତଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *