ଶରୀର ସହ ଏବେ ପକେଟ୍ ଉପରେ ଭାରି ପଡ଼ିବ ସିଗାରେଟ୍‌ର ଦାମ୍

ଭୁବନେଶ୍ୱର, ୧୬/୯: ଆମେ ସମସ୍ତେ ଜାଣିଛେ ସିଗାରେଟ୍ ପିଇବା ଆମ ଶରୀର ପାଇଁ କେତେ ଯେ କ୍ଷତି କାରକ । ତେବେ ଦିନକୁ ଦିନ ବଢୁଥିବା ବର୍ଦ୍ଧିତ ଦର ଏବେ ପକେଟ୍ ଉପରେ ଭାରି ପଡ଼ିବାକୁ ଯାଉଛି । କାରଣ ବଜାରରେ ବଢ଼ିଛି କିଛି ଲୋକପ୍ରିୟ ସିଗାରେଟ୍‌ର ଦାମ୍ ବଢିଛି । ଯଦି ଆପଣ Classic Connect କିମ୍ବା Gold Flake Super Star କିଣୁଛନ୍ତି, ତେବେ ଏଣିକି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ୨୦ଟି ସିଗାରେଟ୍ ଥିବା ପ୍ୟାକେଟ୍‌ର ଦାମ୍ ଏବେ ୪୨୮ ଟଙ୍କା ହୋଇଛି। ପୂର୍ବରୁ ଏହି ପ୍ୟାକେଟ୍ ୩୯୦ ଟଙ୍କାରେ ମିଳୁଥିଲା। ଅର୍ଥାତ୍ ପ୍ୟାକେଟ୍ ପିଛା ପ୍ରାୟ ୩୮ ଟଙ୍କା ବଢ଼ିଛି। ହିସାବ କଲେ ଏହା ପ୍ରାୟ ୯.୭୪ ପ୍ରତିଶତ ମୂଲ୍ୟବୃଦ୍ଧି। ସେହିପରି Gold Flake Super Starର ୧୦ଟି ସିଗାରେଟ୍ ଥିବା ପ୍ୟାକେଟ୍‌ର ଦାମ୍ ମଧ୍ୟ ବଢ଼ିଛି। ଏହି ପ୍ୟାକେଟ୍‌ର ନୂଆ ଦାମ୍ ୮୯ ଟଙ୍କା ହୋଇଛି। ପୂର୍ବରୁ ଏହା ୭୯ ଟଙ୍କାରେ ବିକ୍ରି ହେଉଥିଲା। ଅର୍ଥାତ୍ ପ୍ୟାକେଟ୍ ପିଛା ୧୦ ଟଙ୍କା ବଢ଼ିଛି। ଏହି ହିସାବରେ ଦାମ୍ ପ୍ରାୟ ୧୨.୬ ପ୍ରତିଶତ ବୃଦ୍ଧି ପାଇଛି।

ରିପୋର୍ଟ ଅନୁସାରେ, ୨୦୨୬ରେ ଏହି ବ୍ରାଣ୍ଡ୍‌ଗୁଡ଼ିକର ଦାମ୍ ପୂର୍ବରୁ ମଧ୍ୟ ବଦଳିଛି। ଫେବ୍ରୁଆରୀରେ Classic Connectର ଦାମ୍ ୩୦୦ ଟଙ୍କାରୁ ବଢ଼ି ୩୬୦ ଟଙ୍କା ହୋଇଥିଲା। ପରେ ଏହା ୩୯୦ ଟଙ୍କାକୁ ବଢ଼ିଥିଲା। ସେହିପରି Gold Flake Super Starର ଦାମ୍ ପ୍ରଥମେ ୫୯ ଟଙ୍କାରୁ ୭୦ ଟଙ୍କା ଏବଂ ପରେ ୭୯ ଟଙ୍କାକୁ ବଢ଼ିଥିଲା।

ସରକାର କହିଛନ୍ତି ଏହା ଜନସ୍ୱାସ୍ଥ୍ୟ ପାଇଁ, ଯୁବକଙ୍କୁ ଧୂମପାନରୁ ଦୂରେଇ ରଖିବା ପାଇଁ।

Leave a Reply

Your email address will not be published. Required fields are marked *